ସ୍ୱାଧୀନତା ଦିବସ ଉପଲକ୍ଷେ କେନ୍ଦୁମୁଣ୍ଡାରେ ଯୁବ ମହୋତ୍ସବ: ଗୀତ ଓ ନୃତ୍ୟରେ ପ୍ରତିଭା ଦେଖାଇଲେ ଯୁବପିଢ଼ି
Nuapada (ନୂଆପଡ଼ା)ରିପୋର୍ଟ : ମଳୟ ମେହେର, ଜିଲ୍ଲା ପ୍ରତିନିଧିAugust 18, 202670 views

କେନ୍ଦୁମୁଣ୍ଡା: କେନ୍ଦୁମୁଣ୍ଡା ଯୁଥ୍ କମିଟି ଓ କେନ୍ଦୁମୁଣ୍ଡା ସ୍କୁଲ ମ୍ୟାନେଜମେଣ୍ଟ କମିଟିର ମିଳିତ ଆୟୋଜନରେ ଏକ ମନୋରଞ୍ଜନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ୱାଧୀନତା ଦିବସ ଉପଲକ୍ଷେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅଞ୍ଚଳର ଯୁବପିଢ଼ି ଓ କୁନି କଳାକାରମାନେ ଗୀତ ଓ ନୃତ୍ୟ ମାଧ୍ୟମରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।
ସ୍କୁଲ ମ୍ୟାନେଜମେଣ୍ଟ କମିଟିର ଅଧ୍ୟକ୍ଷ ଶ୍ରୀ ଗୋବର୍ଦ୍ଧନ ନାଏକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମର ବିଚାରକ ଭାବେ ଦିଗାମ୍ବର ମହାନନ୍ଦ, ସନ୍ତୋଷ ବାଗ, ରାଜା ବାଗ, ଲିଲୁ ମହାନନ୍ଦ ଓ ସଞ୍ଜୟ କୁମାର ରାଉତ ଦାୟିତ୍ୱ ତୁଲାଇଥିଲେ।
ଗୀତ ପ୍ରତିଯୋଗିତାରେ ଜୋକନାଥ ଜଗତ ପ୍ରଥମ, ପଙ୍କଜିନୀ ଜାଲ ଦ୍ୱିତୀୟ ଏବଂ ଜ୍ୟୋତ୍ସ୍ନା ସୁନାନୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ନୃତ୍ୟ ପ୍ରତିଯୋଗିତାରେ ପଙ୍କଜିନୀ ଜାଲ ପ୍ରଥମ, ଲତା ସୁନାନୀ ଦ୍ୱିତୀୟ ଏବଂ ଅମ୍ବିକା ମାଝୀ ଓ ଜ୍ୟୋତ୍ସ୍ନା ରଣା ଯୁଗ୍ମଭାବେ ତୃତୀୟ ସ୍ଥାନ ହାସଲ କରିଥିଲେ।
କାର୍ଯ୍ୟକ୍ରମ ପରିଚାଳନାରେ ତ୍ରିନାଥ, ପ୍ରଦୀପ, ରୋହିତ ବାଗ, ଜିତେନ୍ଦ୍ର ସୁନାନୀ, ଋଷିଧର, ଗୁଡୁ, ଚୈବାନ, ଜଳଧର, ଯୁବରାଜ, ବ୍ରଜସାବ, ପିଣ୍ଟୁ, ମିଲୁ, ବୁଲୁ ଓ ଆଲୋକ ପ୍ରମୁଖ ସଦସ୍ୟ ସହଯୋଗ କରିଥିଲେ।
ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭାକୁ ମଞ୍ଚ ପ୍ରଦାନ ସହ ଯୁବପିଢ଼ିଙ୍କ ମଧ୍ୟରେ ସାଂସ୍କୃତିକ ଚେତନା ଓ ଭାଇଚାରା ବୃଦ୍ଧି ପାଇବ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଥିଲେ।
