ବ୍ରାହ୍ମଣୀର ତାଣ୍ଡବ ରେ ବରୀରେ ବନ୍ୟା ପରିସ୍ଥିତି, ଅନେକ ଅଞ୍ଚଳ ଜଳମଗ୍ନ
Jajpur (ଯାଜପୁର)ବରୀ ରୁ ସୁଧାଂଶୁ ଶେଖର ଓଝାAugust 18, 202620 views

ବରୀ: ବ୍ରାହ୍ମଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇବା ପରେ ବରୀ ଅଞ୍ଚଳରେ ବନ୍ୟା ପରିସ୍ଥିତି ଗୁରୁତର ହୋଇଛି। ନଦୀର ପାଣି ବଢ଼ିବା ସହ ତଳିଆ ଅଞ୍ଚଳଗୁଡ଼ିକରେ ପାଣି ପଶିଥିବାରୁ ସାଧାରଣ ଜୀବନ ପ୍ରଭାବିତ ହୋଇଛି।
ବରୀ ରୁ କାଇପଡ଼ା ଏବଂ ବରୀ ରୁ ବରୁଆଁ ମୁଖ୍ୟ ରାସ୍ତା ରେ ବନ୍ୟା ସ୍ରୋତ ହେବାପରେ ଯାତାୟାତ ର ବହୁ ସମସ୍ୟା ଦେଖା ଦେଇଛି ତା ସହ
ବିଭିନ୍ନ ଗାଁର ରାସ୍ତାଘାଟ, ଚାଷଜମି ଓ ଘରବାଡ଼ି ନିକଟରେ ବନ୍ୟାଜଳ ଜମିଥିବା ଦେଖିବାକୁ ମିଳିଛି। ବନ୍ୟାଜଳ ଧୀରେଧୀରେ ଅଧିକ ଅଞ୍ଚଳକୁ ବ୍ୟାପୁଥିବାରୁ ଲୋକଙ୍କ ମଧ୍ୟରେ ଆଶଙ୍କା ବଢ଼ିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ନଦୀରେ ପାଣି ବଢ଼ିବା ଯୋଗୁଁ ତଳିଆ ଅଞ୍ଚଳରେ ରହୁଥିବା ପରିବାରଗୁଡ଼ିକ ଅଧିକ ଚିନ୍ତାରେ ଅଛନ୍ତି। ଚାଷଜମିରେ ପାଣି ଜମିବାରୁ ଫସଲ ନଷ୍ଟ ହେବାର ଆଶଙ୍କା ମଧ୍ୟ ରହିଛି।
ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଥିବା ବେଳେ ଆବଶ୍ୟକ ସ୍ଥାନରେ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।
