--:--:--
-- ---
Srishti News

ବିଶ୍ରା ବ୍ଲକ ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ, ୬୬ ଅଭିଯୋଗ

Rourkela (ରାଉରକେଲା)ଗଣପତି ଦାସAugust 18, 202638 views
ବିଶ୍ରା ବ୍ଲକ ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ, ୬୬ ଅଭିଯୋଗ
: ବିଶ୍ରା ବ୍ଲକ କାର୍ଯ୍ୟାଳୟ ପରିସର ସ୍ଥିତ ପଂଚାୟତ ସମିତି ସଭାକକ୍ଷ ରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର  ଓ ରାଉରକେଲା ଆରକ୍ଷୀ ଅଧିକ୍ଷକ ନୀତେଶ ୱାଧୱାନୀ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ।      ଆଜି ମୋଟ ୬୬ ଗୋଟି ଅଭିଯୋଗର ଶୁଣାଣୀ ହୋଇଥିଲା l  ସେଥି ମଧ୍ୟରୁ। ୩୬ ଟି ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ୨୪ ଟି ସାମୁହିକ ଅଭିଯୋଗ ରହିଥିଲା। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆଥିିକ ସହାୟତା ପାଇଁ ୪ ଜଣ ବ୍ୟକ୍ତି ଓ ରେଡକ୍ରସ ସହାୟତା ପାଇଁ ୨ ଜଣ ଆବେଦନ କରିଥିଲେ । ଏଥି ମଧ୍ୟରୁ ୬ ଗୋଟି ଅଭିଯୋଗ ର ସାଙ୍ଗେ ସାଙ୍ଗେ ସମାଧାନ କରାଯାଇଥିଲା। l  ଆଜି ଆସିଥିବା ଅଭିଯୋଗ ଗୁଡ଼ିକ ମଧ୍ୟରୁ ମୁଖ୍ୟତଃ ରାସ୍ତା ଘାଟ ସମସ୍ୟା, ପେନସନ, ବିଦ୍ୟୁତ୍ ସମସ୍ୟା, ରାସନ୍ କାର୍ଡ ସମସ୍ୟା, ପାନୀୟ ଜଳ ସମସ୍ୟା ଆଦି ପ୍ରମୁଖ ରହିଥିଲା। ଏହି ଅଭିଯୋଗ ଶୁଣାଣିରେ ଦୀପ ତଳେ ଅନ୍ଧାର ଭଳି ବ୍ଲକ କାର୍ଯ୍ୟାଳୟ ପଛ ବସ୍ତି ଡରେଇକେଲା ଗ୍ରାମପଞ୍ଚାୟତ ର ରତାଖଣ୍ତି ଡିପା ଟୋଲି ରେ ସ୍ୱାଧୀନତାର ୮୦ବର୍ଷ ପରେ ବସ୍ତିକୁ ରାସ୍ତା ଟିଏ ନଥିବା ରୁ ବସ୍ତିର ମହିଳା ମାନେ ଲିଖିତ ଅଭିଯୋଗ କରିଥିଲେ ଜିଲ୍ଲାପାଳ ଡ଼ ମହାପାତ୍ର ଙ୍କୁ ତୁରନ୍ତ ସମାଧାନ ପାଇଁ ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ,        ଆଜିର ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ରେ ଡିଏଫଓ ରବିକାନ୍ତ ମୀନା ସହିତ ବିଶ୍ର। ଗୋଷ୍ଠି ଉନ୍ନୟନ ଅଧିକାରୀ ଜଗନ୍ନାଥ ହନୁମାନ ,ସମେତ  ବ୍ଲକ ଅଧ୍ୟକ୍ଷ ଫୁଲମନି କେରକେଟା ସମେତ ସମସ୍ତ ସରପଞ୍ଚ, ସମିତି ସଭ୍ୟା ଓ ସଭ୍ୟ ଙ୍କ ସହ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l