କେଶପୁରରେ ବଜାର କମିଟି ଗଠିତ ବଜାରର ବିକାଶ ଓ ସମସ୍ୟା ସମାଧାନକୁ ଗୁରୁତ୍ୱ
Ganjam (ଗଞ୍ଜାମ)ରିପୋର୍ଟ: ଶିବରାମ ଜେନା, ସ୍ୱତନ୍ତ୍ର ପ୍ରତିନିଧିAugust 18, 2026104 views

ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ କେଶପୁର ପଞ୍ଚାୟତରେ ବଜାର କମିଟି ଗଠନ ପ୍ରକ୍ରିୟା ଲକ୍ଷ୍ମୀନାରାୟଣ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେଶପୁର ବଜାରର ବହୁ ବ୍ୟବସାୟୀ ଓ ସ୍ଥାନୀୟ ବ୍ୟକ୍ତିବିଶେଷ ଉପସ୍ଥିତ ରହିଥିଲେ।
ବୈଠକରେ ସର୍ବସମ୍ମତିକ୍ରମେ ରାଜୀବ କୁମାର ପାତ୍ରଙ୍କୁ ସଭାପତି, ସୁରେନ୍ଦ୍ରନାଥ ସାହୁଙ୍କୁ ଉପସଭାପତି, ପ୍ରତୀକ କିଶାନଙ୍କୁ ସମ୍ପାଦକ, ପ୍ରକାଶ ବିଶ୍ୱାଳଙ୍କୁ ସହସମ୍ପାଦକ ଏବଂ ଦୀପକ କୁମାର ସାହୁଙ୍କୁ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା। ଦୀନବନ୍ଧୁ ତରାଇଙ୍କୁ କମିଟିର ଉପଦେଷ୍ଟା ଭାବେ ମନୋନୀତ କରାଯାଇଛି।
ନବଗଠିତ ବଜାର କମିଟି ପକ୍ଷରୁ କେଶପୁର ବଜାରର ବିଭିନ୍ନ ସମସ୍ୟାର ସମାଧାନ ସହ ଏହାର ଉନ୍ନତିମୂଳକ କାର୍ଯ୍ୟକୁ ଗୁରୁତ୍ୱ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ବଜାରର ସ୍ୱଚ୍ଛତା, ମୌଳିକ ସୁବିଧା ଓ ବ୍ୟବସାୟୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଗାମୀ ଦିନରେ କମିଟି ଗୁରୁତ୍ୱ ଦେବ ବୋଲି କୁହାଯାଇଛି।
କମିଟି ଗଠନରେ ଦୀନବନ୍ଧୁ ତରାଇଙ୍କ ସମେତ ଗୋଲଡେନ୍ ଟେଲର ଅର୍ଜୁନ ସାହୁ ଓ ଅନ୍ୟମାନେ ସହଯୋଗ କରିଥିଲେ।
ଖଲ୍ଲିକୋଟ ସହର ନିକଟରେ ଜାତୀୟ ରାଜପଥ କଡ଼ରେ ଅବସ୍ଥିତ କେଶପୁର ବ୍ୟବସାୟିକ ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ ବଜାର ଭାବେ ପରିଚିତ। ନୂତନ ବଜାର କମିଟି ଗଠନ ହେବା ପରେ ଅଞ୍ଚଳର ବ୍ୟବସାୟୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି। ଏଠାରେ ପ୍ରତିବର୍ଷ ଗଜଲକ୍ଷ୍ମୀ ପୂଜା ମଧ୍ୟ ଆୟୋଜିତ ହୋଇଥାଏ।
