ମଧ୍ୟସ୍ଥତା' ମାଧ୍ୟମରେ ମାମଲାର ସମାଧାନ ପାଇଁ ଦେଶବ୍ୟାପୀ ନୂତନ ଅଭିଯାନ-ଦେଶ ନିମନ୍ତେ "ମଧ୍ୟସ୍ଥତା ୩.୦
Bargarh (ବରଗଡ଼)ରିପୋର୍ଟ -ବଂଶୀଧର ନାୟକAugust 18, 20268 views
ବରଗଡ
"ମଧ୍ୟସ୍ଥତା' ମାଧ୍ୟମରେ ଉଚ୍ଚ ନ୍ୟାୟାଳୟ, ଜିଲ୍ଲା ଅଦାଲତ ଓ ତାଲୁକ ସ୍ତରର ଅଦାଲତରେ ଥିବା ସମସ୍ତ ବିଚାରଧୀନ ମାମଲା ଗୁଡିକର ସରଳ ଓ ସହଜ ସମାଧାନ ନିମନ୍ତେ ସମଗ୍ର ଦେଶରେ ତା. ୦୧.୧୦.୨୦୨୬ ଠାରୁ ତୃତୀୟଥର ପାଇଁ ଆଉ ଏକ ନୂତନ ଅଭିଯାନ ଚଲୁ ହେବାକୁ ଯାଉଅଛି । ଏହା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବରଗଡ଼ ସମେତ ତାଲୁକ ଆଇନସେବା କାର୍ଯ୍ୟାଳୟ ପଦ୍ମପୁର, ସୋହେଲା, ବରପାଲି ଓ ଭେଡେନ ପରିସରରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଶ୍ରୀ ବିଭୂତି ଭୁଷଣ ନାୟକ ସୂଚନା ଦେଇଛନ୍ତି । ଉକ୍ତ ମଧ୍ୟସ୍ଥତା କାର୍ଯ୍ୟକ୍ରମ ମାଧ୍ୟମରେ କୋର୍ଟରେ ବିଚାରଧୀନ ଥିବ ସମସ୍ତ ପାରିବାରିକ ବିବାଦ, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ଚେକ୍ ବାଉନ୍ସ ମାମଲା, ରଫାଯୋଗ୍ୟ ଫୌଜଦାରି ମାମଲା, ଖାଉଟି ଅଦାଲତରେ ଥିବା ବିବାଦା, ଋଣ ଆଦ।।ୟ ମାମଲା/ ସାରଫେସି ମାମଲା, ଆଇନଗତ ନିଷ୍ପାଦନ କାର୍ଯ୍ୟାନୁଷ୍ଠାନ ମାମଲା , ମଧ୍ଧସ୍ଥତା ସମ୍ବନ୍ଦୀୟ ମାମଲା, ବାଣିଜ୍ୟିକ ଅଦାଲତରେ ଥିବା ମାମଲା, ନିଯୁକ୍ତି ସମ୍ପର୍କୀୟ ମାମଲା, ସମ୍ଫତ୍ତି ବଣ୍ଟନ ବିବାଦ, ଉଚ୍ଛେଦ ମାମଲା, ଭୂ-ଅଧ୍ôଗ୍ରହଣ ଜନିତ ମାମଲା, ଶ୍ରମିକ ଅଧ୍ôନିୟମ ସର୍ମ୍ପକୀୟ ବିବାଦ ଓ ଅନ୍ୟାନ୍ୟ ଯୋଗ୍ୟ ଦେୱାନୀ ମାମଲା ଗୁଡିକ ମଧ୍ୟସ୍ଥତା ମାଧ୍ୟମରେ ସମାଧାନ କରାଯାଇପାରିବ ବୋଲି ସୂଚନା ଦେଇଛନ୍ତି । ଏହାର ସୁଯୋଗ ନେଇ ମାମଲାର ପରିସମାପ୍ତି କରିବା ଦ୍ୱାରା ଜନସାଧାରଣମାନେ ସମୟ ଏବଂ ଖର୍ଚ୍ଚ ଅପଚୟ ହେବାରୁ ରକ୍ଷା ପାଇପାରିବେ । ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ମଧ୍ୟସ୍ଥତା ମାଧ୍ୟମରେ ସମସ୍ତ ବିିଚାରଧିନ ମାମଲାର ସମାଧାନ କରିବା । ସବିଶେଷ ବିବରଣୀ ନିମନ୍ତେ ନିକ୍ଟସ୍ଥ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବରଗଡ଼ ବା ତାଲୁକ ଆଇନସେବା କାର୍ଯ୍ୟାଳୟ ପଦ୍ମପୁର, ସୋହେଲା, ବରପାଲି ଓ ଭେଡେନ ସହିତ ଜନସାଧାରଣ ଯୋଗାଯୋଗ କରିପାରିବେ ।
