--:--:--
-- ---
Srishti News

ଆମ୍ବେଦକର ଯୁବକ ସଂଘ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

Bargarh (ବରଗଡ଼)ରିପୋର୍ଟ -ବଂଶୀଧର ନାୟକAugust 18, 20268 views
ଆମ୍ବେଦକର ଯୁବକ ସଂଘ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ
ବରଗଡ -ଅତାବିରା ଏନ୍ ଏ ସି ସ୍ଥିତ ଲାଦର ପାଲି ଆମ୍ବେଦକର ପ୍ରତିମୂର୍ତ୍ତି ସ୍ଥଳରେ ଆମ୍ବେଦକର ଯୁବକ ସଂଘ ପକ୍ଷରୁ ମହାସମାରୋହରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିପୁ ନାଥ ସୁନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ସେ ଆପଣା ଅଭିଭାଷଣରେ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ସ୍ମରଣ କରିବା ସହ "ସ୍ୱାଧୀନତାର ଅମୃତ ମହୋତ୍ସବରେ ଦେଶ ଗଠନ ପାଇଁ ଆତ୍ମବଳିଦାନ ଦେଇଥିବା ସଂଗ୍ରାମୀମାନଙ୍କୁ ଭୁଲିବା ଅସମ୍ଭବ" ବୋଲି ପ୍ରକାଶ କରିଥିଲେ। ଏଥିସହ ସେ ସ୍ୱାଧୀନ ଭାରତର ସାମ୍ପ୍ରତିକ ସ୍ଥିତି ଓ ଆମର କର୍ତ୍ତବ୍ୟ ଉପରେ ଏକ ପ୍ରେରଣାଦାୟୀ ବାର୍ତ୍ତା ରଖିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ୍ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ ଏବଂ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗିରିନ୍ଦ୍ର ସାହୁ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଅତାବିରା ଏନ୍‌ଏସି ଲକ୍ଷେ ଘର ଗଣ୍ଡା ସମାଜ ଓ ଆମ୍ବେଦକର ଯୁବକ ସଂଘର ସଭାପତି ମନୋଜ ସୁନାଙ୍କ ନେତୃତ୍ୱରେ ଆୟୋଜିତ ଏହି ଉତ୍ସବରେ ଉପଦେଷ୍ଟା କମିଟିର ନରେନ୍ଦ୍ର ନାଏକ,କୁବେର ମହାନନ୍ଦ,ଦଶ ବାଦି ,ବିଜୟ ବାରିକ,ପଞ୍ଚାନନ ଦିଅ,ଆର୍ତ୍ତ କାଲସେ,ନବୀନ ସୁନା, ଓକିଲ,ପ୍ରଦୀପ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।