ବହ୍ନିକନ୍ଯା ପାର୍ବତୀଗିରିଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସ୍ମୃତିସଭା ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ
Bargarh (ବରଗଡ଼)ରିପୋର୍ଟ -ବଂଶୀଧର ନାୟକAugust 18, 20265 views

ପାର୍ବତୀଗିରି ମହିଳା ମହାବିଦ୍ୟାଳୟ, ବରଗଡ଼ ପରିସରରେ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ ପାର୍ବତୀଗିରିଙ୍କ ଶ୍ରାଦ୍ଧ ବାର୍ଷିକୀ ଶ୍ରଦ୍ଧା ଓ ସମ୍ମାନର ସହିତ ପାଳିତ ହୋଇଯାଇଛି।ମହାବିଦ୍ୟାଳୟର ପ୍ରଧ୍ଯାପିକା ଡଃ. ଗାୟତ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ମୃତିସଭାରେ ବରିଷ୍ଠ ଅଧ୍ୟାପିକା ଶ୍ରୀମତୀ ମୌସୁମୀ ଲିଜା ନାଏକ ଓ ଡଃ. ପ୍ରଶାନ୍ତ କୁମାର ଦାଶ ପାର୍ବତୀଗିରିଙ୍କ ଜୀବନଦର୍ଶନ, ଦେଶପ୍ରେମ, ତ୍ୟାଗ ଓ ସମାଜ ପ୍ରତି ତାଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ।
ସ୍ମୃତିସଭା ପରେ ମହାବିଦ୍ୟାଳୟ ପରିସରରେ ସାମୂହିକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଛାତ୍ରୀମାନେ ଉତ୍ସାହର ସହିତ ଯୋଗଦେଇ ଝାଡ଼ୁ ଲଗାଇବା, ଅଳିଆ-ଆବର୍ଜନା ସଂଗ୍ରହ କରିବା ଓ ପରିସରକୁ ପରିଷ୍କାର କରିଥିଲେ। ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ ଧର୍ମୁ, ତୁଳସୀ ଓ ଅମିତାଙ୍କ ନେତୃତ୍ୱରେ ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା।
