ସାଲିଆସାହି ଆଦିବାସୀ ଗାଁରେ ମିଳିତ ସ୍ୱାଧୀନତା ଦିବସ ପାଳିତ
Bhubaneswar (ଭୁବନେଶ୍ୱର)ଭୁବନେଶ୍ୱର: ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼August 18, 202615 views

ସାଲିଆସାହି ଆଦିବାସୀ ଗାଁ, VSK ଯୁବ ସଂଗଠନ ଏବଂ ASECA (ଆଦିବାସୀ ସୋସିଓ ଏଜୁକେସନାଲ ଆଣ୍ଡ କଲଚରାଲ ଆସୋସିଏସନ) ର
ମିଳିତ ଆନୁକୂଲ୍ୟରେ 80ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଉଦ୍ଦୀପନା ସହ ପାଳିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ VSK ଯୁବ ସଂଗଠନର ଶିବ ସୋରେନ, କୁଆର ମୁର୍ମୁ, ବିରାମ ହେମ୍ବ୍ରମ, ରାମ ଚନ୍ଦ୍ର କିସ୍କୁ ଓ ଧନୁ ହେମ୍ବ୍ରମ ଉପସ୍ଥିତ ଥିଲେ।
ଏଥିସହିତ ASECAର ପ୍ରମୁଖ ସଭ୍ୟ ଛୋଟରାୟ ମୁର୍ମୁ, ଦାସମାତ ମୁର୍ମୁ, ହରପାଲ ହେମ୍ବ୍ରମ, ରୁପେନ୍ଦ୍ର ନାଥ ମୁର୍ମୁ, ଶ୍ୟାମ ଚରଣ ମାର୍ଣ୍ଡି, କାଳିଚରଣ ହେମ୍ବ୍ରମ, ରାମବାୟ ହେମ୍ବ୍ରମ, ସାଲୋ ମାର୍ଣ୍ଡି, ସନାତନ ମାର୍ଣ୍ଡି, ଶଙ୍କର ମାଝୀ, ବିଶ୍ଵନାଥ ମୁର୍ମୁ ଏବଂ କୁଶଳ ହାଁସଦା ପ୍ରମୁଖ ଯୋଗ ଦେଇଥିଲେ।
ଏହି ସ୍ୱାଧୀନତା ଦିବସ ସମାରୋହରେ ଆଦିବାସୀ ଗାଁର ସମସ୍ତ ଭାଇ ଓ ଭଉଣୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶପ୍ରେମର ବାର୍ତ୍ତା ଦେଇଥିଲେ।ସାଲିଆସାହି ଆଦିବାସୀ ଗାଁରେ ମିଳିତ ସ୍ୱାଧୀନତା ଦିବସ ପାଳିତ
