ବଅଁରପାଳରେ ଜନ ଅଭିଯୋଗ ଶୁଣାଣି: ୨୭ ଅଭିଯୋଗ ମଧ୍ୟରୁ ୩ଟିର ତୁରନ୍ତ ସମାଧାନ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 18, 202651 views

ବଅଁରପାଳ: ବଅଁରପାଳ ବ୍ଲକ ହେଡକ୍ୱାର୍ଟରଠାରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଅନୁଗୋଳଙ୍କ ସମେତ ଜିଲ୍ଲାସ୍ତରୀୟ ବିଭିନ୍ନ ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି।
ଏହି ଶୁଣାଣିରେ ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କିତ ମୋଟ ୨୭ଟି ଅଭିଯୋଗ ଶୁଣାଯାଇଥିଲା। ସେଥିମଧ୍ୟରୁ ୩ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିବା ଜଣାପଡ଼ିଛି। ଅନ୍ୟ ଅଭିଯୋଗଗୁଡ଼ିକର ଆବଶ୍ୟକ ତଦନ୍ତ ଓ ପଦକ୍ଷେପ ନେବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏହା ସହିତ ଜଣେ ଅଭାବୀ ଓ ଦୁଃଖୀ ବ୍ୟକ୍ତିଙ୍କୁ ରେଡକ୍ରସ ପାଣ୍ଠିରୁ ୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଜନସାଧାରଣଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଶାସନର ଏଭଳି ମିଳିତ ଜନ ଅଭିଯୋଗ ଶୁଣାଣି ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ ପାଇଛି।
