ଅନୁଗୋଳ ବିକାଶରେ ନୂଆ ପଦକ୍ଷେପ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 18, 202652 views

ଅନୁଗୋଳ: ଅନୁଗୋଳ କଦମ ପଡ଼ିଆଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ସମାରୋହ ଅନୁଷ୍ଠିତ ହୋଇଛି। ପୌରାଞ୍ଚଳ ଓ ପୋଲିସ ପ୍ରଶାସନର କାର୍ଯ୍ୟଦକ୍ଷତା ବୃଦ୍ଧି ସହ ସହରର ସୌନ୍ଦର୍ଯ୍ୟକରଣ, ସ୍ୱଚ୍ଛତା, ପରିବେଶ, କ୍ରୀଡ଼ା ଓ ଆଇନଶୃଙ୍ଖଳା କ୍ଷେତ୍ରରେ ନୂତନ ସେବାର ଶୁଭାରମ୍ଭ କରାଯାଇଛି।
ଡିଏମ୍ଏଫ୍ ପାଣ୍ଠି ମାଧ୍ୟମରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦିଆଯାଉଛି। ୨୦୩୬ ଓ ୨୦୪୭ର ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଲକ୍ଷ୍ୟ ନେଇ ‘ସ୍କିଲ୍, ସ୍କେଲ୍ ଓ କ୍ୱାଲିଟି’ ମାଧ୍ୟମରେ ଅନୁଗୋଳକୁ ଏକ ମଡେଲ୍ ଜିଲ୍ଲା ଭାବେ ଗଢ଼ିତୋଳିବା ଉପରେ ଗୁରୁତ୍ୱ ଦିଆଯାଇଛି।
