ଭୁବନ ଲକ୍ଷ୍ମୀ ବଜାରରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ
Dhenkanal (ଢେଙ୍କାନାଳ)ସୁଶାନ୍ତ କୁମାର ପୋଥାଳAugust 15, 202614 views

ଭୁବନ ୧୫.୮- ଢେ଼ଙ୍କାନାଳ ଜିଲ୍ଲା ଭୁବନ ଏନ୍ ଏ ସି ଅନ୍ତର୍ଗତ ଲକ୍ଷ୍ମୀ ବଜାରରେ ୮୦ ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ବଜାର ସଭାପତି କୁମାର ଦେବେଶ ଜାତୀୟ ପତାକା ଉତୋଳନ କରିଥିଲେ। କର୍ମକର୍ତ୍ତା ପ୍ରମୋଦ କୁମାର ସାହୁ,ରମେଶ ଚନ୍ଦ୍ର ନାୟକ,ସୁବାସ ଚନ୍ଦ୍ର ମଲ୍ଲିକ,ବିଜୟ କୁମାର ସାହୁ,କୃତିବାସ ଗୁରୁ,ନିତ୍ୟାନନ୍ଦ ସାହୁ,ପ୍ରସନ୍ନ,ସାମ୍ବାଦିକ ସୁଶାନ୍ତ କୁମାର ପୋଥାଳ ପ୍ରମୁଖ ଜାତୀୟ ସଙ୍ଗୀତ ଗାନ କରି ଜାତୀୟ ପତାକାକୁ ସାଲ୍ୟୁଟ ମାରି ସମ୍ମାନ ଜଣାଇଥିଲେ । ଏହି ଅବସରରେ ଭିକ୍ଷୁକ ମାନଙ୍କୁ ମିଷ୍ଟାନ ବଣ୍ଟନ କରାଯାଇଥିଲା।
