--:--:--
-- ---
Srishti News

ବିଶ୍ୱ ଯୁବ କେନ୍ଦ୍ର ତରଫରୁ ପଞ୍ଚାୟତ ସ୍ତରୀୟ ଶିଶୁସୁରକ୍ଷା ବୈଠକ

Dhenkanal (ଢେଙ୍କାନାଳ)ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳAugust 15, 202622 views
ବିଶ୍ୱ ଯୁବ କେନ୍ଦ୍ର ତରଫରୁ ପଞ୍ଚାୟତ ସ୍ତରୀୟ ଶିଶୁସୁରକ୍ଷା ବୈଠକ
ଢ଼େଙ୍କାନାଳ ୧୫.୮- ଢେଙ୍କାନାଳ ଜିଲ୍ଳା ଓଡ଼ାପଡ଼ା ବ୍ଲକର ବଦାଳୋ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ୮୦ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା । ବିଶ୍ୱ ଯୁବକେନ୍ଦ୍ର ଦ୍ଵାରା ପରିଚାଳିତ ଜଷ୍ଟ ରାଇଟ୍ସ ଫର ଚିଲଡ୍ରେନ୍ସ ସହଯୋଗରେ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ସମିତିର ବୈଠକ ସରପଞ୍ଚ ଶ୍ରୀମତୀ କ୍ରିଷ୍ଣା ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କମିଟି ଉପସଭାପତି ନାୟବ ସରପଞ୍ଚ ଜାନକୀ ବେହେରା,ହାଇସ୍କୁଲ ମୁଖ୍ୟ ଶିକ୍ଷକ ସନ୍ତୋଷ କୁମାର ମହାପାତ୍ର, ସ୍ୱୟଂ ସହାୟକ ଗୋଷ୍ଠୀ ଜ୍ୟୋତିର୍ମୟୀ ସାହୁ, ପରିଚାଳନା କମିଟି ମେମ୍ବର ଅରୁଣ ବେହେରା,କିଶୋର ,ବାଳକ ଚିକୁନୁ ବିଶ୍ୱାଳ,କିଶୋରୀ ବାଳିକା,ଏବଂ ପଂଚାୟତ ର ୱାର୍ଡ ମେମ୍ବର,ଜିପିଏଲଫ ମେମ୍ବର ଉପସ୍ଥିତ ଥିଲେ l ବିଶ୍ୱ ଯୁବ କେନ୍ଦ୍ର ଶ୍ରୀମତୀ ମନସ୍ମିତା ନାୟକ ସମସ୍ତଙ୍କୁ ସ୍ୱାଗତ ଜଣାଇ କାର୍ଯ୍ୟକ୍ରମ ଉଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ ।ବାଲ୍ୟବିବାହ ନିଷେଧ ଆଇନ ୨୦୦୬ ର ସଚେତନତା, ବାଲ୍ୟବିବାହ ଯୋଗୁଁ ଝିଅ ଉପରେ ପଡ଼ୁଥିବା ଶାରୀରିକ, ପାରିବାରିକ, ମାନସିକ ତଥା ଆର୍ଥିକ ଚାପ, ଶିକ୍ଷା ତଥା ଆତ୍ମନିର୍ଭରଶୀଳତା ଅଭାବ, ସାମାଜିକ କୁପରିଣାମ ଏବଂ ଦଣ୍ଡ ବିଧାନ ଓ ନିରାକରଣ ସମ୍ପର୍କରେ ଆଲୋକପାତ କରିଥିଲେ । ଏହାବ୍ୟତୀତ ବୈଠକରେ ଶିଶୁ ଶ୍ରମିକ, ଶିଶୁ ଚାଲାଣ ଓ ଶିଶୁମାନଙ୍କ ଉପରେ ହେଉଥିବା ଯୌନ ନିର୍ଯ୍ୟାତନା ଆଇନ ପୋକ୍ସୋ ଉପରେ ଆଲୋଚନା ହୋଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ନିଷ୍ପତ୍ତି ନିଆଯାଇଥିଲା | ଏହି ଅବସରରେ କୌଣସି ଶିଶୁ ଅଧିକର ଉଲ୍ଲଙ୍ଘନ ଦେଖିଲେ ଚାଇଲ୍ଡ ହେଲ୍ପ ଲାଇନର ଦେୟମୁକ୍ତ ନମ୍ବର ୧୦୯୮କୁ ଫୋନ୍ କରି ଜଣାଇବାକୁ ପରାମର୍ଶ ଦିଅଯାଇଥିଲା ।ଏଡିଓ ମିନର୍ଭା ପତି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା,ଜବ କାର୍ଡ,ବିବିଜି ରାମ ଜି, ବିଷୟରେ ଆଲୋଚନା କରିଥିଲେ l ଶିକ୍ଷକ ସନ୍ତୋଷ କୁମାର ମହାପାତ୍ର ପିଲାମାନେ କିପରି ସୁରକ୍ଷିତ ରହିବେ,ପିଲାମାନେ କିପରି ବିଦ୍ୟାଳୟ ଯିବେ ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।