--:--:--
-- ---
Srishti News

ବ୍ରାହ୍ମଣୀ ନଦୀରେ ପୁଣି ବନ୍ୟା ଆଶଙ୍କା, ବଢୁଛି ଜଳସ୍ତର

Jajpur (ଯାଜପୁର)ରିପୋଟର: ସୁଧାଂଶୁ ଶେଖର ଓଝାAugust 15, 202630 views
ବ୍ରାହ୍ମଣୀ ନଦୀରେ ପୁଣି ବନ୍ୟା ଆଶଙ୍କା, ବଢୁଛି ଜଳସ୍ତର
ଯାଜପୁର : ଲଗାଣ ବର୍ଷାପରେ ବ୍ରାହ୍ମଣୀ ନଦୀର ଜଳସ୍ତର ପୁଣି ବଢ଼ିବାରୁ ନଦୀକୂଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି। ନଦୀର ଏଭଳି ଉଚ୍ଚ ଜଳପ୍ରବାହ ନଦୀକୂଳରେ ରହୁଥିବା ଲୋକଙ୍କ ଚିନ୍ତା ବଢ଼ାଇଛି। ବିଶେଷକରି ତଳିଆ ଅଞ୍ଚଳରେ ପାଣି ପଶିବା ନେଇ ଆଶଙ୍କା ରହିଛି। ନଦୀର ସ୍ଥିତି ଉପରେ ସ୍ଥାନୀୟ ଲୋକଙ୍କ ନଜର ରହିଛି। ଏପରି ସ୍ଥିତିରେ ନଦୀକୂଳିଆ ଲୋକଙ୍କୁ ସତର୍କ ରହିବା ସହ ନଦୀ ନିକଟକୁ ନଯିବାକୁ ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି।