--:--:--
-- ---
Srishti News

ବେଗୁନିଆ ମିନି ଷ୍ଟାଡିୟମରେ ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର ଖୋର୍ଦ୍ଧାAugust 15, 202667 views
ବେଗୁନିଆ ମିନି ଷ୍ଟାଡିୟମରେ ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ପାଳିତ
ଖୋର୍ଦ୍ଧା: ୮୦ତମ ସ୍ୱାଧୀନତା ଦିବସ ଅବସରରେ ବେଗୁନିଆ ମିନି ଷ୍ଟାଡିୟମରେ ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ଦେଶଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି। ଏହି ଅବସରରେ ବେଗୁନିଆ ବିଧାୟକ ଶ୍ରୀ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ପତାକା ଉତ୍ତୋଳନ ପରେ ବିଧାୟକ ଶ୍ରୀ ସାହୁ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ପୋଲିସ ବାହିନୀ ଓ ବିଭିନ୍ନ ଦଳ ପ୍ୟାରେଡରେ ଅଂଶଗ୍ରହଣ କରିଥିଲେ।ଏହି ଅବସରରେ ଦେଶର ସ୍ୱାଧୀନତା ପାଇଁ ବୀର ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରାଯିବା ସହ ଦେଶର ଏକତା, ଅଖଣ୍ଡତା ଓ ଉନ୍ନତି ପାଇଁ ସମସ୍ତେ ନିଜ ନିଜ କ୍ଷେତ୍ରରେ ଦାୟିତ୍ୱବୋଧର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଥିଲା।