--:--:--
-- ---
Srishti News

ଜିଲ୍ଲାପାଳଙ୍କ ଦ୍ୱାରା ‘ସୋଲାର ରଥ’ର ଶୁଭାରମ୍ଭ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 15, 202664 views
ଜିଲ୍ଲାପାଳଙ୍କ ଦ୍ୱାରା ‘ସୋଲାର ରଥ’ର ଶୁଭାରମ୍ଭ
ଅନୁଗୋଳ: ‘ପିଏମ୍ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନା’ ସମ୍ପର୍କରେ ଜନସଚେତନତା ସୃଷ୍ଟି ଏବଂ ଘରୋଇ ରୁଫଟପ୍ ସୋଲାର ଶକ୍ତିର ବ୍ୟବହାରକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଟିପିସିଓଡିଏଲ୍ ପକ୍ଷରୁ ‘ସୋଲାର ରଥ’ର ଶୁଭାରମ୍ଭ କରାଯାଇଛି। ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଜିଲ୍ଲାପାଳ ଅବ୍‌ଦାଲ୍ ମୁହମ୍ମଦ୍ ଅଖ୍‌ତର ସବୁଜ ପତାକା ଦେଖାଇ ଏହି ପ୍ରଚାର ଗାଡ଼ିର ଶୁଭାରମ୍ଭ କରିଥିଲେ। ଓଡ଼ିଶା ସରକାର ଓ ଟାଟା ପାୱାରର ମିଳିତ ଆନୁକୂଲ୍ୟରେ ଏହି ସଚେତନତା ଅଭିଯାନ ଆୟୋଜିତ ହୋଇଛି। ‘ସୋଲାର ରଥ’ ଜିଲ୍ଲାର ବିଭିନ୍ନ ଆଦର୍ଶ ସୌର ଗ୍ରାମ ସମେତ ବିଭିନ୍ନ ଗ୍ରାମ ପରିକ୍ରମା କରିବ। ଏହି ଅଭିଯାନ ମାଧ୍ୟମରେ ଲୋକଙ୍କୁ ସୌର ଶକ୍ତିର ଉପକାରିତା, ଘରୋଇ ରୁଫଟପ୍ ସୋଲାର ସିଷ୍ଟମ୍, ସରକାରୀ ସବସିଡି ଓ ସୌର ପ୍ୟାନେଲ୍ ସ୍ଥାପନ ପ୍ରକ୍ରିୟା ସମ୍ପର୍କରେ ସଚେତନ କରାଯିବ। ଅକ୍ଷୟ ଶକ୍ତିର ବିକାଶ ସହ ପରିବେଶ ସୁରକ୍ଷା ଏବଂ ସ୍ଥାୟୀ ପ୍ରଗତି ଦିଗରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଜିଲ୍ଲାପାଳ କହିଥିଲେ। ଶୁଭାରମ୍ଭ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ ଓ ଟିପିସିଓଡିଏଲ୍‌ର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।