ଜନତା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ହର ଘର ତ୍ରିରଙ୍ଗା’ ଶୋଭାଯାତ୍ରା
Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାAugust 14, 202652 views

ଖୋର୍ଦ୍ଧା: ଜନତା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅବସରରେ ଏକ ଦେଶାତ୍ମବୋଧକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯୁବ ରେଡକ୍ରସର କାଉନସେଲର ଜିତେନ୍ଦ୍ର କୁମାର ବସ୍ତିଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶୋଭାଯାତ୍ରାକୁ +୨ କଲେଜର ଅଧ୍ୟକ୍ଷା ବନଶ୍ରୀ ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ।
ବିଭିନ୍ନ ଦେଶାତ୍ମବୋଧକ ସ୍ଲୋଗାନ ଦେଇ ଛାତ୍ରଛାତ୍ରୀମାନେ କଲେଜ ପରିସରରୁ ଶୋଭାଯାତ୍ରା ବାହାର କରି କୁହୁଡ଼ି ଅଞ୍ଚଳର ଗୋପୀନାଥପୁର ଓ ନୂଆଗାଁ ଅଞ୍ଚଳ ପରିକ୍ରମା କରିଥିଲେ। ପରେ ଶୋଭାଯାତ୍ରାଟି କଲେଜ ପରିସରରେ ଆସି ସମାପ୍ତ ହୋଇଥିଲା।
କାର୍ଯ୍ୟକ୍ରମରେ ଯୁବ ରେଡକ୍ରସର ସ୍ୱେଚ୍ଛାସେବୀ, ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ, ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନେ ସକ୍ରିୟ ଭାବେ ସାମିଲ ହୋଇଥିଲେ।
ଯୁବ ରେଡକ୍ରସର ସ୍ୱେଚ୍ଛାସେବୀ ରତିକାନ୍ତ ଜେନା, ଦୀପିକା ପାତ୍ର, ଇତିଶ୍ରୀ ମହାରଣା, ବୈଶାଖୀ ମହାନ୍ତି, ମନୋଜ ବେହେରା, ଅଙ୍କିତା ପ୍ରିୟଦର୍ଶିନୀ, ଦେବଦର୍ଶିନୀ ଛୋଟରାୟ ଓ ଡିମ୍ପଲ ପାଇକରାୟ ବିଭିନ୍ନ ଦେଶାତ୍ମବୋଧକ ସ୍ଲୋଗାନ ଦେଇ ଶୋଭାଯାତ୍ରାକୁ ଆକର୍ଷଣୀୟ କରିଥିଲେ।
ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ମନୋଜ କୁମାର ସାମନ୍ତରାୟ ଏବଂ ଚିନ୍ମୟୀ ପ୍ରଧାନଙ୍କ ସହଯୋଗରେ ତ୍ରିରଙ୍ଗା ଶୋଭାଯାତ୍ରା ସୁନ୍ଦର ଭାବେ ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମନରେ ଦେଶପ୍ରେମ ଓ ଜାତୀୟ ପତାକା ପ୍ରତି ସମ୍ମାନର ଭାବନା ସୃଷ୍ଟି କରାଯାଇଥିଲା।
