ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ,ପ୍ରାଣନାଥ ମହାବିଦ୍ୟାଳୟ ଶାଖା ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା – Genz ଙ୍କ ପ୍ରଥମ ପସନ୍ଦ ସାଜିଛି ବିଦ୍ୟାର୍ଥୀ ପରିଷଦ.
Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟାଙ୍କା ମହାପାତ୍ର ଖୋର୍ଦ୍ଧାAugust 14, 202614 views

ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି), ପ୍ରାଣନାଥ ମହାବିଦ୍ୟାଳୟ ଶାଖା, ଖୋରଧା ଜିଲ୍ଲା ପକ୍ଷରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ସଫଳତାର ସହ ଅନୁଷ୍ଠିତ ହୋଇଛି। ଶତାଧିକ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇପାରିଛି ।
ଏହି କାର୍ଯ୍ୟକ୍ରମରେ ସ୍ୱଦେଶୀ ଭାରତ ର ଅଖିଳ ଭାରତୀୟ ପ୍ରମୁଖ ଶ୍ରୀ ଦିନେଶ ଜି, ପୁରୀ ବିଭାଗ ସଂଗଠନ ମନ୍ତ୍ରୀ ଶ୍ରୀମାନ ଅରିଜିତ ପଟ୍ଟନାୟକ , ଖୋରଧା ନଗର ବିସ୍ତାରକ ଶ୍ରୀମାନ୍ ସାଇ ଜୀବନ ଜ୍ୟୋତି ,ଖୋରଧା ଜିଲ୍ଲା ସଂଯୋଜକ ଶ୍ରୀମାନ ଦଧିବାମନ ଦାସ, ରାଜ୍ୟ ଖେଲୋ ଭାରତ ସହ ସଂଯୋଜିକା ଡି ନନ୍ଦିନୀ,ଜିଲ୍ଲା ଦାୟିତ୍ୱ ରେ ଥିବା ପ୍ରକାଶ ବେହେରା,ଶୁଭମ୍ ବେହେରା,ମାନସ ରଞ୍ଜନ ସାହୁ ,ରାଜେଶ ସାହୁ ,ସଞ୍ଜୟ ନାୟକ ,ଅଭିଳାଷ ସାହୁ ,ସୁଷମ ବେହେରା , ଏବଂ ଅନ୍ୟାନ୍ୟ ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।ପ୍ରାଣନାଥ ମହାବିଦ୍ୟାଳୟ ସ୍ୱୟଂଶାସିତ ର ବହୁ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ସହଭାଗିତାରେ ଶୋଭାଯାତ୍ରାଟି ଭବ୍ୟ ରୂପ ଧାରଣ କରିଥିଲା। ଏହି ତ୍ରିରଙ୍ଗା ଶୋଭାଯାତ୍ରା ପ୍ରାଣନାଥ ମହାବିଦ୍ୟାଳୟ ର ଏନସିସି ପଡ଼ିଆ ଠାରୁ ଆରମ୍ଭ ହୋଇ ମୁକୁନ୍ଦପ୍ରସାଦ ଟ୍ରାଫିକ ଏବଂ ଖୋର୍ଦ୍ଧା ବାଇପାସ୍ ଦେଇ କଲେଜ ର ଜୟୀରାଜଗୁରୁ ଙ୍କ ପ୍ରତିମୂର୍ତ୍ତି ପାଖକୁ ଆସିଥିଲା ।ଏହି ଅବସରରେ ବକ୍ତାମାନେ କହିଥିଲେ ଯେ, ତ୍ରିରଙ୍ଗା କେବଳ ଏକ ଜାତୀୟ ପତାକା ନୁହେଁ, ଏହା ଦେଶର ଗୌରବ, ସ୍ୱାଭିମାନ ଓ ଏକତାର ପ୍ରତୀକ। ଦେଶପ୍ରେମ, ରାଷ୍ଟ୍ରନିଷ୍ଠା ଓ ସାମାଜିକ ଦାୟିତ୍ୱବୋଧକୁ ଛାତ୍ରସମାଜ ମଧ୍ୟରେ ସୁଦୃଢ଼ କରିବା ପାଇଁ ଏପରି କାର୍ଯ୍ୟକ୍ରମ ଅତ୍ୟନ୍ତ ପ୍ରେରଣାଦାୟକ।
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଦୀର୍ଘ ଦିନ ଧରି ଛାତ୍ରହିତ, ରାଷ୍ଟ୍ରହିତ ଓ ସମାଜହିତକୁ ପ୍ରାଧାନ୍ୟ ଦେଇ ଦେଶବ୍ୟାପୀ କାର୍ଯ୍ୟ କରିଆସୁଛି। ଶିକ୍ଷାର ଗୁଣାତ୍ମକ ବିକାଶ, ଛାତ୍ରଛାତ୍ରୀଙ୍କ ଅଧିକାର ସୁରକ୍ଷା, ସାମାଜିକ ସଚେତନତା, ପରିବେଶ ସୁରକ୍ଷା, ରକ୍ତଦାନ, ଦୁର୍ଯୋଗ ସମୟରେ ସେବାକାର୍ଯ୍ୟ ଏବଂ ଜାତୀୟ ଚେତନାର ବିକାଶ କ୍ଷେତ୍ରରେ ବିଦ୍ୟାର୍ଥୀ ପରିଷଦ ନିରନ୍ତର କାର୍ଯ୍ୟ କରିଆସୁଛି।
ଆଜିର ଏହି ଐତିହାସିକ ତ୍ରିରଙ୍ଗା ଶୋଭାଯାତ୍ରା ପୁଣିଥରେ ପ୍ରମାଣ କରିଛି ଯେ, ଯୁବପିଢ଼ି ( ଜେନ୍-ଜି ) ଙ୍କ ମଧ୍ୟରେ ଦେଶଭକ୍ତି, ସାମାଜିକ ଦାୟିତ୍ବ କୁ ନିଭାଇବା ପାଇଁ ଗୁରୁତ୍ୱ ଭାବନା ଅଛି । ବହୁ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ସ୍ୱତଃସ୍ଫୂର୍ତ୍ତ ଯୋଗଦାନ ଏବିଭିପି ପ୍ରତି ସେମାନଙ୍କ ବିଶ୍ୱାସ ଓ ଆସ୍ଥାର ପ୍ରତିଫଳନ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।
"ଛାତ୍ର ଶକ୍ତି ହିଁ ରାଷ୍ଟ୍ର ଶକ୍ତି" ଏହି ମୂଳମନ୍ତ୍ରକୁ ଆଧାର କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଆଗାମୀ ଦିନରେ ମଧ୍ୟ ରାଷ୍ଟ୍ର ନିର୍ମାଣରେ ଯୁବଶକ୍ତିଙ୍କୁ ସଂଗଠିତ କରିବା ସହ ସମାଜ ଓ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ଗଠନମୂଳକ କାର୍ଯ୍ୟକ୍ରମ ଜାରି ରଖିବ।
