ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ
Rourkela (ରାଉରକେଲା)ଗଣପତି ଦାସAugust 14, 202640 views

ନୂଆଗାଁ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କ ଆହ୍ୱାନ କ୍ରମେ ଦେଶ ବ୍ୟାପି ଅଗଷ୍ଟ ୯ ତାରିଖରୁ ଆସନ୍ତା ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ ଭାରତ ବର୍ଷର ଏକତା, ସଂହତି,ଅଖଣ୍ଡତା ସମନ୍ୱୟ,ଦେଶର ସୁରକ୍ଷା ଓ ଭାତୃଭାବ ସମ୍ପର୍କ ନିମନ୍ତେ ସମସ୍ତ ଜନସାଧାରଣ ଦେଶ ପ୍ରେମରେ ଜାଗ୍ରତ ରହି ଜାତୀୟ ପତାକାକୁ ସମ୍ମାନ ଜଣାଇ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ସାମିଲ ହୋଇ ଦେଶର ସମସ୍ତ ଘର,ବ୍ୟବସାୟିକ ଅନୁଷ୍ଠାନ,ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ,ସମସ୍ତ ବ୍ୟାଙ୍କ,ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକରେ ପବିତ୍ର ୮୦ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଜାତୀୟ ପତାକା ଉଡାଇବାକୁ ଆହ୍ୱାନ ଦିଆଯାଇଅଛି I ଏହି କାର୍ଯ୍ୟକ୍ରମ ଉପଲକ୍ଷେ ନୂଆଗାଁ ଶିକ୍ଷା ବ୍ଲକ ଅନ୍ତର୍ଗତ ଖୁଣ୍ଟଗାଁ ସ୍ଥିତ ପି. ଏମ.ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୁଣ୍ଟଗାଁ ଆନୁକୂଲ୍ୟରେ ଓ ଭାରପ୍ରାପ୍ତ ଅଧ୍ୟକ୍ଷା ତନୁଜା ନନ୍ଦିନୀ ତନ୍ତୀଙ୍କ ଆବାହକତ୍ୱରେ ବିଦ୍ୟାଳୟ ସ୍ତରୀୟ ହର ଘର ତ୍ରିରଙ୍ଗା ଚିତ୍ରାଙ୍କନ ପ୍ରତିଯୋଗିତା , ଅନଲାଇନ ସାଧାରଣ ଜ୍ଞାନ ପ୍ରତିଯୋଗିତା, ଜାତୀୟ ସ୍ତରୀୟ ଦେଶାତ୍ମକ ବକ୍ତୃତା ପ୍ରତିଯୋଗିତା,ରଙ୍ଗୋଲି ପ୍ରତିଯୋଗିତା, ପ୍ରବନ୍ଧ ପ୍ରତିଯୋଗିତା ,ତ୍ରିରଙ୍ଗା ଆଧାରିତ ବିଭିନ୍ନ ପ୍ରକାର ପ୍ରକଳ୍ପ ମେଳା ଇତ୍ୟାଦି ଅନୁଷ୍ଠିତ ହୋଇଥିଲା I ଏହି ପ୍ରତିଯୋଗିତା ଗୁଡିକରେ ବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ I ସମସ୍ତ ପ୍ରତିଯୋଗିତା ଗୁଡ଼ିକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ପ୍ରମୁଖ ମିଳିତ ଭାବେ ସହଯୋଗ କରି ପରିଚାଳନା କରିଥିଲେ I ସମସ୍ତ କୃତୀ ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ଆସନ୍ତା ଅଗଷ୍ଟ ୧୫ ତାରିଖ ଦିନ ପବିତ୍ର ୮୦ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ପୁରସ୍କୃତ କରାଯିବ ବୋଲି ଅଧ୍ୟକ୍ଷା ତନୁଜା ନନ୍ଦିନୀ ତନ୍ତୀ ସୂଚନା ପ୍ରଦାନ କରିଅଛନ୍ତି I
ନୂଆଗାଁ ରୁ ଗଣପତି ଦାଶ ଙ୍କ ରିପୋର୍ଟ ସ୍ରୁଷ୍ଟି ନ୍ୟୁଜ

