ନୈନି କୋଇଲା ଖଣିରୁ ପରିବହନ ବ୍ୟବସ୍ଥା ନେଇ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 14, 202662 views

ଅନୁଗୋଳ: ନୈନି କୋଇଲା ଖଣିରୁ କୋଇଲା ପରିବହନକୁ ନେଇ ଅନୁଗୋଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଅନୁଗୋଳ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନୈନି କୋଇଲା ଖଣିରୁ କୋଇଲା ପରିବହନ କରୁଥିବା ଲୋଡେଡ୍ ଓ ଖାଲି ଗାଡ଼ିଗୁଡ଼ିକର ସୁବ୍ୟବସ୍ଥିତ ପାର୍କିଂ ଏବଂ ଚଳାଚଳ ନେଇ ଆଲୋଚନା କରାଯାଇଛି।
କୋଇଲା ପରିବହନ ସମୟରେ ରାସ୍ତାରେ ଯେପରି ଟ୍ରାଫିକ୍ ସମସ୍ୟା ସୃଷ୍ଟି ନହୁଏ ଏବଂ ସାଧାରଣ ଯାତାୟାତ ବ୍ୟବସ୍ଥା ସୁଚାରୁ ରହେ, ସେଥିପାଇଁ ଗାଡ଼ି ପାର୍କିଂ ଓ ପରିଚାଳନା ନେଇ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି।
ପ୍ରଶାସନର ଏହି ପଦକ୍ଷେପ ଦ୍ୱାରା ନୈନି କୋଇଲା ଖଣିରୁ ଯାଉଥିବା ଏବଂ ଫେରୁଥିବା ଭାରୀଯାନଗୁଡ଼ିକର ଚଳାଚଳ ଅଧିକ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ ହେବା ସହ ଟ୍ରାଫିକ୍ ସମସ୍ୟା ହ୍ରାସ ପାଇବ ବୋଲି ଆଶା କରାଯାଉଛି।
