ଜଗତପୁର କଂଗ୍ରେସ ପକ୍ଷରୁ ରଶ୍ମିକାନ୍ତ ସାମଲଙ୍କ ଶ୍ରଦ୍ଧାଞ୍ଜଳି ସଭା
Cuttack (କଟକ)ରିପୋର୍ଟ:ସୁରେନ୍ଦ୍ର ଜେନା, କଟକAugust 14, 202614 views

ଜଗତପୁର: ଜଗତପୁର ଅଞ୍ଚଳର ବରିଷ୍ଠ କଂଗ୍ରେସ ନେତା ତଥା ୪୮ନଂ ୱାର୍ଡ କଂଗ୍ରେସ ସଭାପତି ରଶ୍ମିକାନ୍ତ ସାମଲଙ୍କ ବିୟୋଗରେ "ଜଗତପୁର କଂଗ୍ରେସ "ପକ୍ଷରୁ ବ୍ଲକ୍ କଂଗ୍ରେସ ସଭାପତି ଅଲେଖ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଜଗତପୁର ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇ ତାଙ୍କ ଗୁଣାବଳୀ ଉପରେ ଆଲୋଚନା କରାଯାଇଥିଲା । ଜଣେ ଶାନ୍ତ ସରଳ,କର୍ମଠ,ନିଷ୍ଠାପର ଓ ଅମାୟିକ ବ୍ୟକ୍ତିତ୍ୱ ଥିଲେ । ସେ ବହୁ ଅନୁଷ୍ଠାନ ସହିତ ଓତଃପ୍ରୋତ ଭାବରେ ଜଡ଼ିତ ଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଜଗତପୁର ଶାନ୍ତି କମିଟି ସଭାପତି ନିରଞ୍ଜନ ବିଶ୍ଵାଳ, କଂଗ୍ରେସ ମୁଖପାତ୍ର ମାନସ ପରିଡ଼ା, ସଦର କଂଗ୍ରେସ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ଗୋଚ୍ଛାୟତ, ପ୍ରାକ୍ତନ ପିସିସି ସମ୍ପାଦକ ମାନସ ନାୟକ, କୁଳମଣୀ ବେହେରା, କଂଗ୍ରେସ ନେତା ପ୍ରଦୀପ ପ୍ରଧାନ, ନଗର କଂଗ୍ରେସ ସାଧାରଣ ସମ୍ପାଦକ ନିର୍ମଳ ସ୍ୱାଇଁ, ଜିଲ୍ଲା କଂଗ୍ରେସ ଉପସଭାପତି ଶିଶିର ରଥ ଓ ରାଜେଶ୍ ସ୍ୱାଇଁ, ଛାତ୍ର ନେତା ସୁକାନ୍ତ ସାହାଣୀ ଓ ହରି ଶଙ୍କର ରାଉତ, ଆଇନଜୀବୀ ଆକାଶ ଭୂୟାଁ ଓ ପ୍ରକାଶ ମୁଦୁଲି, ଚୌଦ୍ୱାର ନଗର କଂଗ୍ରେସ ସଭାପତି ହରିହର ପରିଡ଼ା, ସଦର ବ୍ଲକ୍ କଂଗ୍ରେସ ସଭାପତି ସୀତାକାନ୍ତ ପଣ୍ଡା, କଂଗ୍ରେସ ନେତା ଲଳିତ ଭୂୟାଁ, ଡାକ୍ତର ଅରୁଣ ଖୁଣ୍ଟିଆ, ବିଜୟ କୁମାର ମିଶ୍ର, ପଞ୍ଚାନନ ପାଣିଗ୍ରାହୀ, ନାରୀନେତ୍ରୀ ମୋନାଲିସା ଦାସ ପ୍ରମୁଖ ସ୍ମୃତି ଚାରଣ କରିଥିଲେ | ଶେଷରେ କିଶୋର ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ ।
