--:--:--
-- ---
Srishti News

ଛାତ୍ରଛାତ୍ରୀଙ୍କୁ ସାଇବର ଅପରାଧ ସଚେତନତା

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 14, 202650 views
ଛାତ୍ରଛାତ୍ରୀଙ୍କୁ ସାଇବର ଅପରାଧ ସଚେତନତା
ଅନୁଗୋଳ: ଦିନକୁ ଦିନ ବଢ଼ୁଥିବା ସାଇବର ଠକେଇ ଓ ଅନଲାଇନ୍ ଅପରାଧରୁ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ଲକ୍ଷ୍ୟରେ ସାଇବର କ୍ରାଇମ୍ ୟୁନିଟ୍, ସିଆଇଡି, କ୍ରାଇମ୍ ବ୍ରାଞ୍ଚ, ଓଡ଼ିଶା ପକ୍ଷରୁ ଏକ ଭର୍ଚୁଆଲ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅନୁଗୋଳ ଜିଲ୍ଲା ସାଇବର ଅପରାଧ ନୋଡାଲ୍ ଅଧିକାରୀ ନିଜ ଟିମ୍ ସହ ଜିଲ୍ଲା ମୁଖ୍ୟାଳୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏହି କାର୍ଯ୍ୟକ୍ରମର ସମନ୍ୱୟ କରିଥିଲେ। ଭର୍ଚୁଆଲ୍ ଅଧିବେଶନରେ ସାଇବର ସୁରକ୍ଷା, ଅନଲାଇନ୍ ଠକେଇରୁ ସୁରକ୍ଷିତ ରହିବା, ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ଏବଂ ଦାୟିତ୍ୱପୂର୍ଣ୍ଣ ଡିଜିଟାଲ୍ ବ୍ୟବହାର ଉପରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା। ସାଇବର ଠକେଇର ବିଭିନ୍ନ ଉପାୟ ସମ୍ପର୍କରେ ସତର୍କ ରହିବା ସହ ନିଜର ଡିଜିଟାଲ୍ ତଥ୍ୟ ଓ ଆକାଉଣ୍ଟକୁ ସୁରକ୍ଷିତ ରଖିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଥିଲା। ଛାତ୍ରଛାତ୍ରୀମାନେ ସାଇବର ଅପରାଧ ସମ୍ପର୍କରେ ସଚେତନ ହୋଇ ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବାକୁ ଆହ୍ୱାନ ଦିଆଯାଇଥିଲା।