ଛେଣ୍ଡିପଦାରେ SIR ନେଇ BLA-2ଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
Angul (ଅନୁଗୋଳ)ରିପୋର୍ଟ:ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 14, 202646 views

ଛେଣ୍ଡିପଦା: ଛେଣ୍ଡିପଦା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଭୋଟର ତାଲିକା ସଂଶୋଧନ (SIR) ସମ୍ପର୍କିତ ବୁଥ୍ସ୍ତରୀୟ ଏଜେଣ୍ଟ (BLA-2)ମାନଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ଏହି ପ୍ରଶିକ୍ଷଣରେ ଅନୁଗୋଳ ଜିଲ୍ଲା କଂଗ୍ରେସ ସଭାପତି ସୁନୀଲ ପ୍ରଧାନ, ଛେଣ୍ଡିପଦା ବ୍ଲକ ସଭାପତି ଅଜୟ ବେହେରା, ବଅଁରପାଳ ବ୍ଲକ ସଭାପତି ବିନୋଦ ମାଝୀ, ଜିଲ୍ଲା ସାଧାରଣ ସମ୍ପାଦିକା ଅଳକାରାଣୀ ମହାପାତ୍ର, ଜିଲ୍ଲା ସମ୍ପାଦକ ସଞ୍ଜୟ ସାହୁଙ୍କ ସମେତ ସସ୍ମିତା ବେହେରା ଯୋଗଦେଇଥିଲେ।
ପ୍ରଶିକ୍ଷଣରେ SIR ପ୍ରକ୍ରିୟା, ଭୋଟର ତାଲିକା ସଂଶୋଧନ ଏବଂ ବୁଥ୍ସ୍ତରରେ BLA-2ଙ୍କ ଦାୟିତ୍ୱ ଓ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ଆଲୋଚନା କରାଯାଇଥିଲା।
