ଚିକିଟିରେ ପ୍ରଶାସନ ଓ ବିଧାୟକ ଙ୍କ ହର ଘର ତ୍ରିରଙ୍ଗା ପଦଯାତ୍ରା
Ganjam (ଗଞ୍ଜାମ)ଦୁର୍ଗା ମାଧବAugust 14, 202649 views

ସ୍ବାଧୀନତାର ଅଶୀ ତମ ବର୍ଷ ପାଳନ ଉପଲକ୍ଷେ ରାଜ୍ୟ ଓ ଜାତୀୟ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ।ଏ ମଧ୍ୟରୁ ଘର ଘର ତିରଙ୍ଗା କାର୍ଯ୍ୟକ୍ରମରେ ଲୋକଙ୍କୁ ସ୍ବାଧୀନତାର ଅମର କାହାଣୀ ଓ ଜାତୀୟ ପତାକାକୁ ଘରେ ଘରେ ପହଞ୍ଚାଇ ଅଗଷ୍ଟ ପନ୍ଦର ଦିନ ଟିକୁ ଗୈ।ରବର ସହ ପାଳନ କରିବା ଯୋଜନା ବିଗତ ବର୍ଷ ଠାରୁ ଚାଲିଆସିଛି। ଏଥିପାଇଁ ଚିକିଟି ବିଧାୟକ ଗତ କାଲି ପାତ୍ରପୁର ବ୍ଲକ ରେ ପଦଯାତ୍ରା କରି ସଚେତନତା ସୃଷ୍ଟି କରିଥିବା ବେଳେ ଆଜି ଚିକିଟି ବ୍ଲକ୍ ତରଫରୁ ଏକ ବିଶାଳ ରାଲି ବାହାରି ଧାନଘର, ଚିକିଟି ପେଣ୍ଠ,କରବାଲୁଆ,ଗଡ ଇତ୍ୟାଦି ଅଞ୍ଚଳ ପରିକ୍ରମା କରିଥିଲେ। ବିଧାୟକ ଶ୍ରୀ ମନୋରଞ୍ଜନ ସାମନ୍ତରା ଆଗରେ ରହି ଜାତୀୟ ପତକା ସହ ପରିକ୍ରମା କରୁଥିବାର ଦେଖାଦେଇଥିଲା ତାଙ୍କ ସହ ଶହ ଶହ କର୍ମୀ ଓ ଜନତା ସାଥି ହୋଇଥିଲେ।ପଦାତିକ ପରେ ସାଇକେଲ ଆରୋହୀ ଓ ତାପରେ ବାଇକ୍ ଆରୋହୀ ମାନେ ତ୍ରିରଙ୍ଗା ଲଗାଇ ଏ ୱତନ ଗୀତ ଗାଇ ଯାଉଥିଲେ। ପଟୁଆର ଦେଖିଲେ ଆପେ ଦର୍ଶକଙ୍କ ଦେଶାତ୍ମବୋଧ ଜାତ ହେଉଥିଲା। ଏଥିରେ ବିଡ଼ିଓ ଶ୍ରୀ ବିବେକାନନ୍ଦ ମିଶ୍ର, ତହସିଲଦାର ଶ୍ରୀ ବିଶ୍ବ ରଞ୍ଜନ କହଁର,ଏନ୍ ଏ ସି ଅଧିକାରୀ ଶ୍ରୀ ସିଦ୍ଧାର୍ଥ ସୋରେନ, ସିଡ଼ିପିଓ, ବନବିଭାଗ,ପୂର୍ତ୍ତ ବିଭାଗ, ବିଭିନ୍ନ ବିଭାଗର କର୍ମଚାରୀ , ଅଙ୍ଗନବାଡି ଓ ଆଶାକର୍ମୀ ଗଣ ଯୋଗଦେଇ
ପଟୁଆରକୁ ଅଧିକ ଆକର୍ଷଣୀୟ କରିପାରିଥିଲେ।
