ଜଙ୍ଗଲ ମଝିରେ ଜଙ୍ଗଲ ଜଗିଛନ୍ତି ମା"ଖଣ୍ଡାଦୁର୍ଗା ଦେବୀଙ୍କ ମନ୍ଦିର ଆଦିବାସୀଙ୍କ ଆରାଧ୍ୟା ଦେବୀ
Nayagarh (ନୟାଗଡ଼)ରିପୋର୍ଟ :ସଞ୍ଜୟ କୁମାର କଅଁର,ନୂଆଗାଁAugust 13, 202654 views

ହାତୀମୁଣ୍ଡା ଘଞ୍ଚ ଜଙ୍ଗଲ ଓ ପାହାଡିଆ ପରିବେଶର ନୀରବତା ମଧ୍ୟରେ ଭକ୍ତଙ୍କ ବିଶ୍ୱାସରେ ଜାଗ୍ରତ ହୋଇଛନ୍ତି ମା ଖଣ୍ଡାଦୁର୍ଗା ହାତୀମୁଣ୍ଡା -ନୂଆଗାଁ ରାସ୍ତାଠାରୁ ପ୍ରାୟ ୯ କିଲୋମିଟର ଦୂରରେ ଅବସ୍ଥିତ ଏହି ପୀଠ ଆଜି ଅଞ୍ଚଳବାସୀଙ୍କ ଭକ୍ତିରେ ଏକ ପବିତ୍ର ସ୍ଥାନ ପାଲଟିଛି
ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ମଧ୍ୟରେ ପୂଜିତ ଖଣ୍ଡାଦୁର୍ଗା ମା'ଙ୍କୁ ଅଞ୍ଚଳବାସୀ ପ୍ରତ୍ୟକ୍ଷ ଦେବୀ ଭାବେ ବିଶ୍ୱାସ କରିଆସୁଛନ୍ତି ଖଣ୍ଡାଦୁର୍ଗା ମା କେବଳ ଜଣେ ଦେବୀ ନୁହନ୍ତି,ସ୍ଥାନୀୟ ଆଦିବାସୀ ସମାଜର ଆସ୍ଥା ପରମ୍ପରା ଓ ସଂସ୍କୃତିର ଏକ ଅଂଶ ଦୀର୍ଘବର୍ଷ ଧରି ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଖଣ୍ଡାଦୁର୍ଗା ମା'ଙ୍କୁ ନିଜର ଆରାଧ୍ୟା ଦେବୀ ଭାବେ ପୂଜା କରିଆସୁଛନ୍ତି!ମା'ଙ୍କ ନିକଟରେ ଭକ୍ତିର ସହ ପ୍ରାର୍ଥନା କଲେ ମନୋସ୍କାମନା ପୂରଣ ହୁଏ ବୋଲି ଭକ୍ତମାନଙ୍କ ମଧ୍ୟରେ ଅଟୁଟ ବିଶ୍ୱାସ ରହିଛି ଏଠାରେ ନଥିଲା କୌଣସି ବିଶାଳ ମନ୍ଦିର କିମ୍ୱା ଆଡମ୍ବର! ଏକ ଖୋଲା ସ୍ଥାନରେ ଲିଙ୍ଗ ଫୁଟି ଥିଲେ ଖଣ୍ଡାଦୁର୍ଗା ମା' ଆଦିବାସୀ ଲୋକମାନେ ନିଜ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରୁଥିଲେ ସମୟ ବଦଳିଲା,ଭକ୍ତଙ୍କ ସଂଖ୍ୟା ବଢିଲା ଏବଂ ମା'ଙ୍କ ପ୍ରତି ଲୋକଙ୍କ ବିଶ୍ୱାସ ଆହୁରି ଦୃଢ଼ ହେଲା ଫଳରେ ଭକ୍ତ ଓ ଅଂଚଳବାସୀଙ୍କ ସହଯୋଗରେ ସେହି ସ୍ଥାନରେ ଏବେ ମନ୍ଦିର ନିର୍ମାଣ ହୋଇଛି ମା'ଙ୍କ ପୀଠର ବିକାଶ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି ଦଶହରା ପର୍ବ ଅବସରରେ ଏଠାରେ ଭକ୍ତଙ୍କ ସମାଗମ ବଢିଯାଏ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଆସି ମା'ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରନ୍ତି
ମା'ଙ୍କ ପୀଠକୁ ଆସିଲେ ମନକୁ ଶାନ୍ତି ମିଳେ ବୋଲି ଅନେକ ଭକ୍ତଙ୍କ ମତ ରହିଛି ଖଣ୍ଡାଦୁର୍ଗା ମା'ଙ୍କ ପୀଠରେ ଆଉ ଏକ ପ୍ରାକୃତିକ ପରିବେଶ ପାହାଡ଼,ସବୁଜ ବନାନୀ ଓ ଶାନ୍ତ ପରିବେଶ ମଧ୍ୟରେ ଥିବା ଏହି ପୀଠ ଆଧ୍ୟାତ୍ମିକତା ସହ ପ୍ରକୃତିର ଏକ ପୀଠ ବୋଲି କୁହାଯାଇଛି ଏହି କାରଣରୁ ଆଗାମୀ ଦିନରେ ଏହି ସ୍ଥାନ ଧାର୍ମିକ ପର୍ଯ୍ୟଟନର ଏକ ଆକର୍ଷଣୀୟ କେନ୍ଦ୍ର ହୋଇପାରିବ ବୋଲି ଅଞ୍ଚଳବାସୀ ଆଶା ରଖିଛନ୍ତି ପୀଠର ବିକାଶ ପାଇଁ ପରିଚାଳନା କମିଟି ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି ଭକ୍ତଙ୍କ ସୁବିଧା,ମନ୍ଦିର ପରିସରର ସୌନ୍ଦର୍ଯ୍ୟକରଣ ଓ ଆବଶ୍ୟକ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି
ଆଗାମୀ ଦିନରେ ଭକ୍ତଙ୍କ ସହଯୋଗ ଓ ଅଞ୍ଚଳବାସୀଙ୍କ ସମର୍ଥନରେ ଖଣ୍ଡାଦୁର୍ଗା ମା'ଙ୍କ ପୀଠ ଆହୁରି ବିକଶିତ ହେବ ବୋଲି କମିଟି ଆଶା ପ୍ରକାଶ କରିଛି ଆଦିବାସୀ ସମାଜର ଆରାଧ୍ୟା ଦେବୀ ଭାବେ ପୂଜିତ ଖଣ୍ଡାଦୁର୍ଗା ମା' ଙ୍କ ଏହି ପୀଠ ଆଜି କେବଳ ଏକ ମନ୍ଦିର ନୁହେଁ ଏହା ଲୋକଙ୍କ ଅଟୁଟ ବିଶ୍ୱାସ,ପରମ୍ପରା ଭକ୍ତିର ଏକ ପ୍ରତୀକ ଦିନେ ଯେଉଁଠି ଖୋଲା ସ୍ଥାନରେ ମା'ଙ୍କ ଆରାଧନା ହେଉଥିଲା,ଆଜି ସେଠାରେ ଠିଆ ହୋଇଛି ମନ୍ଦିର!
ସତରେ ଜଙ୍ଗଲ ଜଗିଛନ୍ତି -ଖଣ୍ଡାଦୁର୍ଗା ମା'!
