ନର୍ଲାରେ ‘ହର ଘର ତିରଙ୍ଗା, ଘର ଘର ତିରଙ୍ଗା’ ଅଭିଯାନ
Kalahandi (କଳାହାଣ୍ଡି)ରିପୋର୍ଟ: ରିତେଶ କୁମାର ମୁଣ୍ଡAugust 13, 202644 views

ନର୍ଲା, କଳାହାଣ୍ଡି: ଆସନ୍ତା ସ୍ୱାଧୀନତା ଦିବସକୁ ଦେଶପ୍ରେମ ଓ ଜାତୀୟ ଏକତାର ଭାବନା ସହ ପାଳନ କରିବା ଉଦ୍ଦେଶ୍ୟରେ ସାରା ଦେଶରେ ‘ହର ଘର ତିରଙ୍ଗା’ ଅଭିଯାନ ଜୋରଦାର ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲାର ନର୍ଲା ସହରରେ ମଧ୍ୟ ଏହି ଅବସରରେ ଏକ ତିରଙ୍ଗା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ନର୍ଲା ବିଜେପି ପକ୍ଷରୁ ଆୟୋଜିତ ‘ହର ଘର ତିରଙ୍ଗା, ଘର ଘର ତିରଙ୍ଗା’ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଢ଼ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ନର୍ଲା ସହରର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସମେତ ବିଜେପି କର୍ମକର୍ତ୍ତା ଓ ସ୍ଥାନୀୟ ଲୋକଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ପରିଲକ୍ଷିତ ହୋଇଥିଲା।
ହାତରେ ତିରଙ୍ଗା ଧରି ଛାତ୍ରଛାତ୍ରୀ ଓ ଅନ୍ୟମାନେ ଦେଶପ୍ରେମର ଭାବନା ପ୍ରକାଶ କରିଥିଲେ। ଜାତୀୟ ପତାକା ପ୍ରତି ସମ୍ମାନ ଓ ଦେଶର ଅଖଣ୍ଡତାର ବାର୍ତ୍ତା ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମ ନର୍ଲା ସହରରେ ଦେଶଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା।
