--:--:--
-- ---
Srishti News

ଲିଙ୍ଗରା ନାଳରୁ ଭାସିଯାଇଥିବା କାଉଡ଼ିଆ ଆୟୁଷଙ୍କ ମୃତଦେହ ବ୍ରାହ୍ମଣୀରୁ ଉଦ୍ଧାର

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 13, 2026124 views
ଲିଙ୍ଗରା ନାଳରୁ ଭାସିଯାଇଥିବା କାଉଡ଼ିଆ ଆୟୁଷଙ୍କ ମୃତଦେହ ବ୍ରାହ୍ମଣୀରୁ ଉଦ୍ଧାର
ଅନୁଗୋଳ: ଅନୁଗୋଳ ବ୍ଲକ ଟିପିରିସିଂହା ଶିବ ମନ୍ଦିର ନିକଟ ଲିଙ୍ଗରା ନାଳରେ ଗତ ସୋମବାର ଭାସିଯାଇଥିବା ଦୁଇ କାଉଡ଼ିଆଙ୍କ ମଧ୍ୟରୁ ଆୟୁଷ ରଥଙ୍କ ମୃତଦେହ ଯାଜପୁର ଜିଲ୍ଲା ଜେନାପୁର ନିକଟ ବ୍ରାହ୍ମଣୀ ନଦୀରୁ ଉଦ୍ଧାର ହୋଇଛି। ଅନ୍ୟଜଣ ସୁମିତ୍ ସୌରଭ ରଥ ଉଦ୍ଧାର ହୋଇଥିଲେ। ଖବର ପାଇ ଯୁବ ବିଜେଡି ସଭାପତି ଅରୁଣାଭ ସିଂହ ଉଦ୍ଧାର କାର୍ଯ୍ୟର ତଦାରଖ କରିବା ସହ ମୃତ ଆୟୁଷଙ୍କ ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ଏଥିସହ ଓଡ଼ିଶା ସରକାରଙ୍କ କ୍ଷତିପୂରଣ ରାଶି ତ୍ୱରିତ ଭାବେ ପରିବାରକୁ ପ୍ରଦାନ ପାଇଁ ଅନୁଗୋଳ ତହସିଲ ସହ ଆଲୋଚନା କରିଥିବା ସେ କହିଛନ୍ତି।