MCL ମୁଖ୍ୟ କାର୍ଯ୍ୟାଳୟ ଘେରାଓ, ୧୬ ଦଫା ଦାବି ନେଇ HMSର ଆନ୍ଦୋଳନ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 12, 202684 views

ତାଳଚେର: ହିନ୍ଦ୍ ମଜଦୂର ସଭା (HMS) ପକ୍ଷରୁ ସମ୍ବଲପୁରସ୍ଥିତ MCL ମୁଖ୍ୟ କାର୍ଯ୍ୟାଳୟ ଘେରାଓ କରାଯାଇ ୧୬ ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି।
ଶ୍ରମିକଙ୍କ ଅଧିକାର, ଗିଫ୍ଟ କାର୍ଡ, ସ୍ଥାନୀୟ ନିଯୁକ୍ତି, ବିସ୍ଥାପିତଙ୍କ ଉଚିତ କ୍ଷତିପୂରଣ ଓ ପୁନର୍ବାସ, ଠିକା ଶ୍ରମିକଙ୍କ ସୁବିଧା, ପରିବେଶ ସୁରକ୍ଷା ଏବଂ CSR ପାଣ୍ଠିର ସ୍ୱଚ୍ଛ ବ୍ୟବହାର ଭଳି ପ୍ରମୁଖ ଦାବି ନେଇ ଆନ୍ଦୋଳନ ହୋଇଥିଲା।
ଏହି ଆନ୍ଦୋଳନରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ସମେତ HMSର ରାଜ୍ୟ ସଭାପତି ବିଜୟ କୁମାର ମହାନ୍ତି, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲିକ, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ, ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ସମେତ ବିଭିନ୍ନ ଡିଭିଜନର ନେତୃବୃନ୍ଦ ଓ ଶ୍ରମିକମାନେ ଯୋଗଦେଇଥିଲେ।
