--:--:--
-- ---
Srishti News

ନିଟ୍‌ରେ ସଫଳତା: ସୁଶୀଲଙ୍କୁ ଶୁଭେଚ୍ଛା ଜଣାଇଲେ ସମାଜସେବୀ ଅଭିମନ୍ୟୁ ସାହୁ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 12, 2026126 views
ନିଟ୍‌ରେ ସଫଳତା: ସୁଶୀଲଙ୍କୁ ଶୁଭେଚ୍ଛା ଜଣାଇଲେ ସମାଜସେବୀ ଅଭିମନ୍ୟୁ ସାହୁ
ବଅଁରପାଳ: ଅନୁଗୋଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଅଁରପାଳ ପଞ୍ଚାୟତର ସୁରେଶ ପରିଡାଙ୍କ ସୁପୁତ୍ର ସୁଶୀଲ କୁମାର ପରିଡା ଚଳିତବର୍ଷ ନିଟ୍‌-୨୦୨୬ ପରୀକ୍ଷାରେ ସଫଳତା ହାସଲ କରି ବଅଁରପାଳ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଏହି ସଫଳତା ପାଇଁ ସମାଜସେବୀ ଅଭିମନ୍ୟୁ ସାହୁ ସୁଶୀଲଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ମଙ୍ଗଳ କାମନା କରିଥିଲେ। ଏଥିସହ ସୁଶୀଲଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ଆଗାମୀ ଶିକ୍ଷାଜୀବନରେ ଅଧିକ ସଫଳତା କାମନା କରିଥିଲେ। ଏହି ଅବସରରେ ବଅଁରପାଳ ସରପଞ୍ଚ ଅନୁସୟା ଗଡ଼ନାୟକ, ଗଡ଼ସନ୍ତ୍ରୀ ସରପଞ୍ଚ ଟଙ୍କଧର ବେହେରା, କୁଲାଡ଼ ଗ୍ରାମର ଯୁବ ସମାଜସେବୀ ଜିତୁ ଭାଇ, ସୁବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।