--:--:--
-- ---
Srishti News

ଦଶରଥପୁର ବନ୍ୟାଞ୍ଚଳ ପରିଦର୍ଶନ କଲେ ପିସିସି ସଭାପତି ଭକ୍ତ ଚରଣ ଦାସ ବନ୍ୟାପୀଡ଼ିତଙ୍କୁ ପଲିଥିନ, ଶାଢ଼ୀ ଓ ଶୁଖିଲା ଖାଦ୍ୟ ବଣ୍ଟନ; ମୃତକଙ୍କ ପରିବାରକୁ ସମବେଦନା

Jajpur (ଯାଜପୁର)ରିପୋର୍ଟ: ଅନିଲ କୁମାର ଜେନାAugust 11, 2026138 views
ଦଶରଥପୁର ବନ୍ୟାଞ୍ଚଳ ପରିଦର୍ଶନ କଲେ ପିସିସି ସଭାପତି ଭକ୍ତ ଚରଣ ଦାସ  ବନ୍ୟାପୀଡ଼ିତଙ୍କୁ ପଲିଥିନ, ଶାଢ଼ୀ ଓ ଶୁଖିଲା ଖାଦ୍ୟ ବଣ୍ଟନ; ମୃତକଙ୍କ ପରିବାରକୁ ସମବେଦନା
ଯାଜପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦଶରଥପୁର ବ୍ଲକର ବିଭିନ୍ନ ବନ୍ୟାପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ। ତାଙ୍କ ସହ ସ୍ଥାନୀୟ କଂଗ୍ରେସ ନେତା ଓ କର୍ମୀମାନେ ମଧ୍ୟ ଉପସ୍ଥିତ ଥିଲେ। ପିସିସି ସଭାପତି ଦଶରଥପୁର ବ୍ଲକର କାଣୀ ନଦୀ ଘାଇ ଅଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି ଓ ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ଏହାସହ ନଦୀରେ ବୁଡ଼ି ମୃତ୍ୟୁବରଣ କରିଥିବା ଭରତ ସୁତାରଙ୍କ ଘରକୁ ଯାଇ ପରିବାରବର୍ଗଙ୍କୁ ସାକ୍ଷାତ କରିବା ସହ ଗଭୀର ଦୁଃଖ ପ୍ରକାଶ କରି ସମବେଦନା ଜଣାଇଥିଲେ। ଏହି ଗସ୍ତ ସମୟରେ ଭକ୍ତ ଚରଣ ଦାସ ବିଭିନ୍ନ ବନ୍ୟାପ୍ରପୀଡ଼ିତ ଅଞ୍ଚଳ ବୁଲି ପୀଡ଼ିତ ପରିବାରଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିଥିଲେ। ବନ୍ୟାରେ ପ୍ରଭାବିତ ଲୋକଙ୍କୁ ପଲିଥିନ, ଶାଢ଼ୀ ଓ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ। ବନ୍ୟା ସମୟରେ ପିସିସି ସଭାପତି ଦଶରଥପୁର ଅଞ୍ଚଳକୁ ଆସି ବନ୍ୟାପୀଡ଼ିତଙ୍କ ସମସ୍ୟା ବୁଝିବା ଓ ସହାୟତା ପ୍ରଦାନ କରିଥିବାରୁ ସ୍ଥାନୀୟ ନେତା ସନ୍ତୋଷ ନନ୍ଦ କୃତଜ୍ଞତା ଜଣାଇଛନ୍ତି। ଏହି ଗସ୍ତ ବନ୍ୟାପୀଡ଼ିତ ଲୋକଙ୍କ ମନୋବଳ ବଢ଼ାଇବା ସହ ସେମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କରିଛି।