--:--:--
-- ---
Srishti News

ବେଗୁନିଆରେ ଅବକାରୀ ଚଢ଼ାଉ ରନ୍ଧା ଦେଶୀ ମଦ ଜବତ, ୩ ଅଭିଯୁକ୍ତ ଗିରଫ

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାAugust 11, 202653 views
ବେଗୁନିଆରେ ଅବକାରୀ ଚଢ଼ାଉ ରନ୍ଧା ଦେଶୀ ମଦ ଜବତ, ୩ ଅଭିଯୁକ୍ତ ଗିରଫ
: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ବେଆଇନ ଦେଶୀ ମଦ ପ୍ରସ୍ତୁତି ଓ କାରବାର ଉପରେ ନଜର ରଖି ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ବିଭିନ୍ନ ସ୍ଥାନରୁ ରନ୍ଧା ଦେଶୀ ମଦ ଜବତ କରାଯାଇଥିବା ବେଳେ, ଘଟଣାରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ଜବତ ମଦକୁ ନେଇ ଆଇନାନୁସାରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯାଇଛି।ବେଆଇନ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରିକୁ ରୋକିବା ପାଇଁ ବେଗୁନିଆ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ ଆଗକୁ ମଧ୍ୟ ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।