--:--:--
-- ---
Srishti News

ନଦୀ ପଠାରେ ଫଶିଥିବା ଯୁବକ ଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହୀନି

Dhenkanal (ଢେଙ୍କାନାଳ)ସୁଶାନ୍ତ କୁମାର ପୋଥାଳAugust 11, 202611 views
ନଦୀ ପଠାରେ ଫଶିଥିବା ଯୁବକ ଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହୀନି
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମାର୍ଥାପୁର ପଞ୍ଚାୟତ  ଗୋବିନ୍ଦପୁର ଗ୍ରାମରେ ଜନୈକ ଯୁବକ କାଠ ଆଣିବାକୁ ଯାଇ ନଦୀ କୁଦରେ ଫଶି ଯାଇଥିଲେ l ଅଜି ସକାଳ ସମୟରେ ଗୋବିନ୍ଦପୁର ଗ୍ରାମର ଦୁଇ ଯୁବକ ମିଥୁନ ମଲିକ୍ ଓ ଦେବାଶିଷ ଦାସ ବନ୍ୟାରେ ବ୍ରାହ୍ମଣୀ ନଦୀରେ କାଠ ଆସୁଥିବା ଜାଣି ନଦୀକୁ ଯାଇଥିଲେ I କିଛି ସମୟ ଭିତରେ ନଦୀରେ ମାତ୍ରାଧିକ ପାଣି ଆସିବାରୁ ଚତୁଃପାର୍ଶ୍ଵରେ ପାଣି ଘେରି ଯାଇଥିଲା ଓ ଦୁଇ ଜଣ ଙ୍କ ରହିଯାଇଥିଲେ । ମିଥୁନ ସାହସ କରି ପହଁରି ଆସିଥିବା ବେଳେ ଅନ୍ୟ ଜଣକ ଆସିପାରି ନଥିଲେ । କୁଦରେ ଜଣେ ରହିଯାଇଥିବା ସମ୍ପର୍କରେ ଲୋକଙ୍କୁ କହିବା ସହ ଅଗ୍ନିଶମ ବାହୀନି ଙ୍କୁ ଫୋନ କରି ଜଣାଇଥିଲେ l ଘଟଣା ସ୍ଥଳରେ ଭୁବନ ଅଗ୍ନିଶମ ବାହୀନି ପହଞ୍ଚି ବୋଟ ସାହାଯ୍ଯ ରେ ସୁରକ୍ଷିତ ସହ ଉଦ୍ଧାର କରିଥିଲେ l ଏହି ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହୀନି ର ମୁଖ୍ୟ ଅଗ୍ନି ଯୋଦ୍ଧା ସୁଶାନ୍ତ କୁମାର ରାଉତ, ଜିତେନ୍ଦ୍ର କୁମାର ସ୍ଵାଇଁ , ରାଜ କିଶୋର ମହାନ୍ତି,ମୁନା ସାହୁ, ଅଖିଲ ମୋହନ ପରିଡା, ଅଲେଖ ରାଉତ, ମାନସ ରଞ୍ଜନ ବେହେରା ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଦ୍ଧାର କରିଥିଲେ ।