--:--:--
-- ---
Srishti News

ଅନୁଗୋଳ ବନ୍ଦ: କଣିହାଁରେ କଂଗ୍ରେସର ମାଷ୍ଟର ପ୍ଲାନ୍

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 11, 202694 views
ଅନୁଗୋଳ ବନ୍ଦ: କଣିହାଁରେ କଂଗ୍ରେସର ମାଷ୍ଟର ପ୍ଲାନ୍
କଣିହାଁ: ଆସନ୍ତା ଅଗଷ୍ଟ ୧୨ ତାରିଖରେ ହେବାକୁ ଥିବା ‘ଅନୁଗୋଳ ଜିଲ୍ଲା ବନ୍ଦ’କୁ ସଫଳ କରିବା ଉଦ୍ଦେଶ୍ୟରେ କଣିହାଁ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ପବିତ୍ର ନଗରସ୍ଥିତ ପବିତ୍ର ମୋହନ ସ୍ମୃତି ପୀଠ ପରିସରରେ ଆୟୋଜିତ ଏହି ବୈଠକ ପାଲଲହଡ଼ା ନିର୍ବାଚନମଣ୍ଡଳୀ କଂଗ୍ରେସ ନେତା ସୁବ୍ରତ ଗଡ଼ନାୟକଙ୍କ ନେତୃତ୍ୱରେ ହୋଇଥିଲା। ବୈଠକରେ ଅନୁଗୋଳ ଜିଲ୍ଲାବାସୀଙ୍କ ସ୍ୱାର୍ଥ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ସହ ବନ୍ଦକୁ ସଫଳ କରିବା ପାଇଁ ବିଭିନ୍ନ ରଣନୀତି ପ୍ରସ୍ତୁତ କରାଯାଇଥିଲା। ଏଥିରେ କଣିହାଁ ବ୍ଲକ କଂଗ୍ରେସ ସଭାପତି ମାନସ ରଞ୍ଜନ ପ୍ରଧାନ, ୧୦ ନମ୍ବର ଜୋନ୍ ସଭାପତି ବିଭୂତି ଭୂଷଣ ମହାନ୍ତିଙ୍କ ସମେତ ବରିଷ୍ଠ କଂଗ୍ରେସ କର୍ମୀ ନବ କିଶୋର ଗଡ଼ନାୟକ, ମହେଶ୍ୱର ପ୍ରଧାନ, ଶିବ ଦାସ, ନରେନ୍ଦ୍ର ଗଡ଼ନାୟକ, ପ୍ରମୋଦ ବେହେରା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।