--:--:--
-- ---
Srishti News

ଗରିବଙ୍କୁ ସରକାରୀ ଯୋଜନାରେ ସାମିଲ ଓ ରାସ୍ତା ଆଲୋକୀକରଣ ଦାବି

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 11, 202679 views
ଗରିବଙ୍କୁ ସରକାରୀ ଯୋଜନାରେ ସାମିଲ ଓ ରାସ୍ତା ଆଲୋକୀକରଣ ଦାବି
ତାଳଚେର: ତାଳଚେର ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ଅନୁଗୋଳ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ଶିବିରରେ ତାଳଚେର ଜନ ବିକାଶ କଲ୍ୟାଣ ସଂଘ ପକ୍ଷରୁ ଦୁଇଟି ଦାବିପତ୍ର ପ୍ରଦାନ କରାଯାଇଛି। ଘଣ୍ଟପଡ଼ା ଆର୍‌ଆଇ ସର୍କଲ ଅଧୀନ ଚାଳଗଡ଼ ଗ୍ରାମର ଗରିବ ଓ ଦିନମଜୁରିଆ ପରିବାରଙ୍କୁ ବସୁନ୍ଧରା, ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଭଳି ସରକାରୀ ଯୋଜନାରେ ସାମିଲ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ୨୦୨୧ରୁ ଏନେଇ ଦାବି ହୋଇଆସୁଥିଲେ ମଧ୍ୟ ଏଯାଏଁ ସୁଫଳ ମିଳିନଥିବା ଅଭିଯୋଗ କରାଯାଇଛି। ସେହିପରି ହାଣ୍ଡିଧୁଆଁ ଛକରୁ ବଳରାମ ପ୍ରସାଦ ଛକ ପର୍ଯ୍ୟନ୍ତ ରାସ୍ତାରେ ଆଲୋକୀକରଣ ସହ ସିସିଟିଭି କ୍ୟାମେରା ଲଗାଇବାକୁ ଅନ୍ୟ ଏକ ଦାବିପତ୍ର ଦିଆଯାଇଛି। ଉକ୍ତ ରାସ୍ତାରେ ଯାତାୟାତ ବୃଦ୍ଧି ସହ ଚୋରି, ଛିନତାଇ ଓ ଅନ୍ୟାନ୍ୟ ଅପରାଧ ବଢ଼ୁଥିବାରୁ ରାତିରେ ଲୋକଙ୍କ ସୁରକ୍ଷିତ ଯାତାୟାତ ପାଇଁ ଆଲୋକୀକରଣ ଓ ସିସିଟିଭି ଆବଶ୍ୟକ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ସଂଘର ସଭାପତି ଭୂପେନ ଥମ୍ବ, ସମ୍ପାଦକ ଦ୍ରୁମଦ କୁମାର ପ୍ରଧାନ, ଜିତେନ୍ଦ୍ର ମହାପାତ୍ରଙ୍କ ସମେତ ବହୁ ଅଞ୍ଚଳବାସୀ ଉପସ୍ଥିତ ଥିଲେ।