ନଦୀରେ ଭାସିଗଲେ ଦୁଇ କାଉଡ଼ିଆ, ଜଣେ ନିଖୋଜ ଓ ଜଣେ ଉଦ୍ଧାର
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 11, 2026140 views

ଅନୁଗୋଳ: ଶ୍ରାବଣ ମାସରେ ଶିବଙ୍କ ନିକଟରେ ଜଳାଭିଷେକ ପାଇଁ ଜଳ ଉଠାଇବାକୁ ଯାଇ ଦୁଇ କାଉଡ଼ିଆ ଅଘଟଣର ଶିକାର ହୋଇଛନ୍ତି। ନଦୀରେ ପ୍ରବଳ ସ୍ରୋତ ଯୋଗୁଁ ଉଭୟେ ଭାସିଯାଇଥିବା ବେଳେ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ ଜଣେ କାଉଡ଼ିଆ ନିଖୋଜ ଅଛନ୍ତି।
ସୂଚନା ଅନୁସାରେ, ଅନୁଗୋଳ ସହର ନିକଟସ୍ଥ ଏକ ନଦୀରେ ଦୁଇ କାଉଡ଼ିଆ ଜଳ ଉଠାଇବା ପାଇଁ ଯାଇଥିଲେ। ଜଳ ଉଠାଇବା ସମୟରେ ହଠାତ୍ ଜଳସ୍ତର ବୃଦ୍ଧି ପାଇବା ସହ ନଦୀରେ ପ୍ରବଳ ସ୍ରୋତ ଆସିଥିଲା। ଫଳରେ ଉଭୟେ ପାଣିରେ ଭାସିଯାଇଥିଲେ।
ଘଟଣାସ୍ଥଳରେ ଥିବା ସ୍ଥାନୀୟ ଲୋକେ ଜଣେ କାଉଡ଼ିଆଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟଜଣଙ୍କର ଏପର୍ଯ୍ୟନ୍ତ ପତ୍ତା ମିଳିନାହିଁ। ଏପଟେ ଜଳଭଣ୍ଡାରରୁ ଜଳ ନିଷ୍କାସନ ନେଇ ପୂର୍ବରୁ ମାଇକ୍ ଯୋଗେ ସତର୍କ ସୂଚନା ଦିଆଯାଇଥିବା ଜଣାପଡ଼ିଛି।
ଖବର ପାଇ ଉଦ୍ଧାରକାରୀ ଦଳ ଓ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ନିଖୋଜ କାଉଡ଼ିଆଙ୍କ ସନ୍ଧାନ ଜାରି ରଖିଛନ୍ତି। ଘଟଣାକୁ ନେଇ ଅଞ୍ଚଳରେ ଶୋକ ଓ ଉଦ୍ବେଗ ପ୍ରକାଶ ପାଇଛି।
