--:--:--
-- ---
Srishti News

ମୁଖ୍ୟମନ୍ତ୍ରୀ ଙ୍କୁ କଳାହାଣ୍ଡି ଜିଲ୍ଲା ଘରୋଇ ସ୍କୁଲ ସଂଘର ଦାବିପତ୍ର

Kalahandi (କଳାହାଣ୍ଡି)ରିତେଶ କୁମାର ମୁଣ୍ଡAugust 11, 202644 views
ମୁଖ୍ୟମନ୍ତ୍ରୀ ଙ୍କୁ କଳାହାଣ୍ଡି ଜିଲ୍ଲା ଘରୋଇ ସ୍କୁଲ ସଂଘର ଦାବିପତ୍ର
କଳାହାଣ୍ଡି ଜିଲ୍ଲା ଘରୋଇ ସ୍କୁଲ ସଂଘ ର ସଭ୍ୟମାନେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଭେଟି ସିଓଆର(COR) ଓ ଆରଟିଇ ପ୍ରତିପୂରଣ ଏକ ଦାଵି ପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରିଛନ୍ତି | ଆରଟିଇ ଅର୍ଥ ମଞ୍ଜୁର ହୋଇପଡି ରହିଥିବା ସତ୍ତ୍ୱେ ସ୍କୁଲଗୁଡିଙ୍କୁ ପ୍ରତିପୂରଣ ଦିଆଯାଉ ନ ଥିବାରୁ ସରକାର ଶୀଘ୍ର ବକେୟା ରାଶି ପ୍ରଦାନ କରିବାକୁ ସଂଘ ଦାବି କରିଛି |ଘରୋଇ ସ୍କୁଲଗୁଡିକ ସରକାର ଙ୍କ ଆରଟିଇ(RTE) ନିୟମ ମୁତାବକ ୨୫ ପ୍ରତିଶତ ମାଗଣା ଶିକ୍ଷାଦାନ ଦେଇଥାନ୍ତି | ଯାହାକୁ ସରକାର ସମୟାନୁସାରେ ପ୍ରତିପୂରଣ କରିବାକୁ ନିୟମ ରହିଛି କିନ୍ତୁ ବର୍ଷ ବର୍ଷ ଧରି ଏହି ପ୍ରାପ୍ୟ ନ ଦେବାରୁ ସ୍କୁଲ ଗୁଡିକ ଉପରେ ଆର୍ଥିକ ବୋଝ ବଢ଼ିଯାଉଛି | ନିଜ ଭିତ୍ତିଭୂମି ଥିବା ଘରୋଇ ସ୍କୁଲ କୁ ଆଜୀବନ ଓ ଭଡା ଘରେ ପରିଚାଳନା ହେଉଥିବା ସ୍କୁଲ କୁ ୧୦ ବର୍ଷ ସିଓଆର ଦେବାକୁ ଦାବି ହୋଇଛି | ଏହି ଦାବିପତ୍ର ପ୍ରଦାନ ବେଳେ ଜିଲ୍ଲା ଘରୋଇ ସ୍କୁଲ ସଂଘର ଚେୟାରମ୍ୟାନ ଡ. ଶିବରାମ ନାୟକ, ସମ୍ପାଦକ ୟୌସୁଫ ଅହମ୍ମଦ, ଡ. ଯାହାଙ୍ଗୀର ଖାନ, ଜେ. ମନହର, ବୁନିତା ଗୌଡ଼, ଯଶୋବନ୍ତି ମେହେର, ଶଶିକାନ୍ତ ସୁନାନୀଙ୍କ ସମେତ ୧୩ଟି ବ୍ଲକ୍‌ର ଅଧ୍ୟକ୍ଷ, ସମ୍ପାଦକ ଓ ନିର୍ଦ୍ଦେଶକବୃନ୍ଦ ଉପସ୍ଥିତ ଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ଏହି ସମ୍ବେଦନଶୀଳ ବିଷୟକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ଏବଂ ଉପରିସ୍ଥ ଅଧିକାରୀଙ୍କ ପାଖକୁ ପଠାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି I