--:--:--
-- ---
Srishti News

ପ୍ରବଳ ବର୍ଷାରେ ଘର ଭୁଷୁଡିଲା, ଅସହାୟ ସୁରେଶ ଙ୍କ ପରିବାର

Kalahandi (କଳାହାଣ୍ଡି)ରିତେଶ କୁମାର ମୁଣ୍ଡAugust 11, 202648 views
ପ୍ରବଳ ବର୍ଷାରେ ଘର ଭୁଷୁଡିଲା, ଅସହାୟ ସୁରେଶ ଙ୍କ ପରିବାର
ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ଗୁଣପୁର ଗ୍ରାମପଞ୍ଚାୟତ ଅଧିନସ୍ଥ ପାନଭଟା ଗ୍ରାମରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଗତ ୯ ତାରିଖ ଦିନର ଭୀଷଣ ବର୍ଷାରେ ଗ୍ରାମର ସୁରେଶ ପାତ୍ର ପାତ୍ରଙ୍କ ମାଟି ଘର ଭୁଷୁଡ଼ି ଯାଇଛି । ସୌଭାଗ୍ୟକ୍ରମେ ସ୍ତ୍ରୀଓ ତିନି ପୁଅଝିଅ ବଞ୍ଚି ଯାଇଛନ୍ତି। ଖବର ମୁତାବକ ଗତ ରବିବାର ଦିନ ପ୍ରବଳ ବର୍ଷା ଯୋଗୁଁ ଘର ଭାଙ୍ଗି ଯାଇଥିବାରୁ ଏବେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।ସ୍ଥାନୀୟ ପ୍ରଶାସନ ଓ ଜନପ୍ରତିନିଧି ଏହାର ଉଚିତ ତଦନ୍ତ କରି ତାଙ୍କର ରହିବା ପାଇଁ ବାସଗୃହ ଓ ଖାଇବା ପିଇବାର ସମସ୍ତ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେବାକୁ ଦାବି କରିଛନ୍ତି। ବର୍ଷା ଦିନେ ଯଦି ତୁରନ୍ତ କୌଣସି ପ୍ରକାର ପଦକ୍ଷେପ ନେବାକୁ ପ୍ରଶାସନ ଅବହେଳା କରନ୍ତି ତେବେ ସୁରେଶ ନିଜ ସ୍ତ୍ରୀ ଓ ତିନି ଛୁଆଙ୍କ ଦୟନୀୟ ପରିସ୍ଥିତିର ସମ୍ମୁଖୀନ ହେବାକୁ ବାଧ୍ୟ ହେବେ । ତେଣୁ ଏହାର ତୁରନ୍ତ ସମାଧାନ ପାଇଁ ସ୍ଥାନୀୟ ଅଞ୍ଚଳର ଲୋକେ ଦାବି କରିଛନ୍ତି।