ନିଟ୍ରେ ସଫଳତା ପାଇଥିବା ବିନ୍ଧାଣ ଗ୍ରାମର ଅନ୍ୱେଷା ପାଣୀକୁ ଅଭିନନ୍ଦନ
Jajpur (ଯାଜପୁର)ଅନିଲ କୁମାର ଜେନାAugust 10, 202616 views

ଯାଜପୁର ବ୍ଳକ ଅନ୍ତର୍ଗତ ପଣସା ଗ୍ରାମପଞ୍ଚାୟତର ବିନ୍ଧାଣ ଗ୍ରାମର ଅନ୍ୱେଷା ପାଣି ନିଟ୍ ପରୀକ୍ଷାରେ ୬୨୦ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବାରୁ ବିଭିନ୍ନ ନେତ୍ରୁବୃନ୍ଦ, ଶିକ୍ଷାବିତ୍ ଓ ବୁଦ୍ଧିଜୀବୀ ଅଭିନ୍ଦନ ଜଣାଇଛନ୍ତି । ସେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଜମଧର ବରୁଆଁ ଠାରେ ପଢ଼ୁଥିଲେ । ସର୍ବଭାରତୀୟସ୍ତରରେ ୫୯୮୯ ର୍ୟାଙ୍କ ରହିବା ସହ କାଟାଗୋରୀ ର୍ୟାଙ୍କ ୨୫୭୦ରେ ଅଛନ୍ତି । ତାଙ୍କର ପିତା ଅଜିତ୍ କୁମାର ପାଣି ମାତା ସନ୍ଧ୍ୟାରାଣୀ ପାଣି, ଜେଜେବାପା ବିରଭଦ୍ର ପାଣି, ଝିଅର ଏହି ସଫଳତା ପାଇଁ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀ ଓ ସମସ୍ତଙ୍କର ଭଲପାଇବା ଓ ଆର୍ଶିବାଦ ସହ ଝିଅର ଏକନିଷ୍ଠ ସାଧନା ଓ ପରିଶ୍ରମ ଆମ ପରିବାରକୁ ଏହି ସଫଳତା ଦେଇଛନ୍ତି । ପ୍ରକାଶ ଥାଉକି ଏହି ଛାତ୍ରୀ ଜଣକ ଆବଶ୍ୟକୀୟ ଅର୍ଥ ଅଭାବରୁ କୌଣସି କୋଚିଙ୍ଗର ସୁବିଧା ପାଇପାରିନଥିଲେ । ନିଜସ୍ୱ ପରିଶ୍ରମ ବଳରେ ଆଜି ପଣସା ପଞ୍ଚାୟତରେ ନିଜେ ସେ ଉତ୍ତିର୍ଣ୍ଣ ହେବା ସହ ବିନ୍ଧାଣ ଗ୍ରାମକୁ ଗୌରବ ଆଣିଦେଇଛନ୍ତି । ତାଙ୍କର ସଫଳତା ପାଇଁ ସମାଜସେବୀ ସନ୍ତୋଷ କୁମାର ନନ୍ଦ, ହିମାଂଶୁଭୂଷଣ ନନ୍ଦ ତାଙ୍କ ପରିବାରକୁ ଯାଇ ଝିଅର ସଫଳତା ପାଇଁ ପରିବାର ବର୍ଗଙ୍କୁ କୃତଜ୍ଞତା ଓ ଅଭିନନ୍ଦନ ଜଣାଇବା ସହ ଡାକ୍ତରୀ ପରୀକ୍ଷାରେ ଡାକ୍ତରୀ ପଢ଼ିବା ନିମନ୍ତେ ଉତ୍ତିର୍ଣ୍ଣ ହୋଇଥିବାରୁ କୁମାରୀ ଅନ୍ୱେଷା ପାଣିଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ମିଠା ଖୁଆଇ ଶୁଭେଚ୍ଛା ଜଣାଇବା ସହ ଆଶୀର୍ବଦା ପ୍ରଦାନ କରିଥିଲେ ଓ ତା’ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।
