--:--:--
-- ---
Srishti News

ଶ୍ରାବଣ ଦ୍ୱିତୀୟ ସୋମବାରରେ କର୍ଣ୍ଣପୁର ବାବା କନକେଶ୍ୱରଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 10, 202678 views
ଶ୍ରାବଣ ଦ୍ୱିତୀୟ ସୋମବାରରେ କର୍ଣ୍ଣପୁର ବାବା କନକେଶ୍ୱରଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼
ତାଳଚେର: ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଅବସରରେ ତାଳଚେର ବ୍ଲକ ଅନ୍ତର୍ଗତ କର୍ଣ୍ଣପୁରସ୍ଥିତ ପ୍ରସିଦ୍ଧ ବାବା କନକେଶ୍ୱରଙ୍କ ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଥିଲା। ଭୋରୁ ହିଁ ହଜାର ହଜାର ଶ୍ରଦ୍ଧାଳୁ ମନ୍ଦିରରେ ପହଞ୍ଚି ବାବାଙ୍କ ଦର୍ଶନ କରିବା ସହ ପବିତ୍ର ଜଳରେ ଜଳାଭିଷେକ କରିଥିଲେ। ‘ହର ହର ମହାଦେବ’ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ମନ୍ଦିର ପରିସର। ଭକ୍ତମାନେ ନିଜ ମନୋସ୍କାମନା ପୂରଣ ପାଇଁ ବାବା କନକେଶ୍ୱରଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ। ଶ୍ରାବଣ ସୋମବାର ଅବସରରେ ମନ୍ଦିର ପରିସରରେ ଏକ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। କର୍ଣ୍ଣପୁର ବାବା କନକେଶ୍ୱରଙ୍କ ମନ୍ଦିରର ଅନ୍ୟତମ ବିଶେଷତ୍ୱ ହେଉଛି ପ୍ରତ୍ୟେକ ସୋମବାର ଭକ୍ତଙ୍କ ପାଇଁ ଅନ୍ନପ୍ରସାଦ ବ୍ୟବସ୍ଥା। ଭକ୍ତଙ୍କ ସଂଖ୍ୟା ଯେତେ ବଢ଼ିଲେ ମଧ୍ୟ ଏଠାରେ ପ୍ରସାଦର ଅଭାବ ହୁଏ ନାହିଁ ବୋଲି ଭକ୍ତମାନଙ୍କ ମଧ୍ୟରେ ବିଶ୍ୱାସ ରହିଛି। ଆଜି ମଧ୍ୟ ଦର୍ଶନ ଓ ଜଳାଭିଷେକ ପରେ ହଜାର ହଜାର ଭକ୍ତ ଅନ୍ନପ୍ରସାଦ ସେବନ କରିଥିଲେ। ବାବା କନକେଶ୍ୱରଙ୍କ ମହିମା ଓ ଆଶୀର୍ବାଦ ଲାଭ ପାଇଁ ଶ୍ରାବଣ ସୋମବାରରେ ଏଠାକୁ ଆସୁଥିବା ଭକ୍ତଙ୍କ ଭିଡ଼ ପ୍ରତିବର୍ଷ ବଢ଼ିବାରେ ଲାଗିଛି।