ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟରେ ନିଶା ନିବାରଣ କାର୍ଯ୍ୟକ୍ରମ
Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟାଙ୍କା ମହାପାତ୍ରAugust 9, 202646 views

ଖୋର୍ଦ୍ଧା, : ଗୁରୁଜଙ୍ଗସ୍ଥିତ ପି.ଏମ୍. ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟରେ ରବିବାର ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଅଧ୍ୟକ୍ଷ ନୃସିଂହ ଚରଣ ଚକ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୫୬୦ ଜଣ ଛାତ୍ରଛାତ୍ରୀ ନିଶାମୁକ୍ତ ଜୀବନଯାପନ ପାଇଁ ଶପଥ ଗ୍ରହଣ କରିଥିଲେ।ବ୍ରହ୍ମାକୁମାରୀ ସେବା କେନ୍ଦ୍ରର ଅନୁରାଧା ଭଉଣୀ ଛାତ୍ରଛାତ୍ରୀମାନଙ୍କୁ ନିଶାମୁକ୍ତ ଜୀବନ ପାଇଁ ଶପଥ ପାଠ କରାଇଥିଲେ। ବ୍ରହ୍ମାକୁମାର ଜୟକୃଷ୍ଣ ଭାଇ ନିଶା ସେବନର ଅପକାରିତା, ଏହାର କୁପ୍ରଭାବ ଏବଂ କୁସଙ୍ଗରୁ ଦୂରେଇ ରହିବା ନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ।
ଏହି ଅବସରରେ ଛାତ୍ରଛାତ୍ରୀମାନେ ନିଶାଠାରୁ ଦୂରେଇ ରହିବା ସହ ଏକ ସୁସ୍ଥ, ସୁନ୍ଦର ଓ ନିଶାମୁକ୍ତ ସମାଜ ଗଠନରେ ସହଯୋଗ କରିବାକୁ ସଂକଳ୍ପ ନେଇଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ୪୦ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।
