ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟରେ ଔଷଧୀୟ ବୃକ୍ଷରୋପଣ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 8, 202674 views

ତାଳଚେର: ପରିବେଶ ସୁରକ୍ଷା ଓ ସବୁଜ ବଳୟ ସୃଷ୍ଟି ଲକ୍ଷ୍ୟରେ ରାଷ୍ଟ୍ରତନ୍ତ୍ର ସମ୍ବାଦପତ୍ର ପକ୍ଷରୁ ସ୍ଥାନୀୟ ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟ ପରିସରରେ ଔଷଧୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ‘ଗଛ ଲଗାଇବା କାହା ପାଇଁ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି।
କାର୍ଯ୍ୟକ୍ରମରେ ତାଳଚେର ଉପଜିଲ୍ଲାପାଳ ଆଶିଷ ରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଶୋକ ବୃକ୍ଷରୋପଣ କରିବା ସହ ବୃକ୍ଷର ଉପକାରିତା ଓ ପରିବେଶ ସୁରକ୍ଷା ଉପରେ ଆଲୋକପାତ କରିଥିଲେ। ଖଣି ଉପନିର୍ଦେଶକ ଦେବେନ୍ଦ୍ରନାଥ ଦଳାଇ ଚାରାଗୁଡ଼ିକର ଯତ୍ନ ନେବାକୁ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।
ଏନ୍ଟିପିସି ତାଳଚେର ଥର୍ମାଲର ମାନବସମ୍ବଳ ଉପମହାପ୍ରବନ୍ଧକ ସଂଜିତ କୁମାର ସେନାପତି ତାଳଚେରରେ ସବୁଜ ବଳୟ ସୃଷ୍ଟି ଓ ପ୍ରଦୂଷଣ ହ୍ରାସ ପାଇଁ ବୃକ୍ଷରୋପଣର ଗୁରୁତ୍ୱ ଉପରେ ମତ ରଖିଥିଲେ।
ମହାବିଦ୍ୟାଳୟର ଅଧ୍ୟକ୍ଷ ଭୀମସେନ ଦେହୁରୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବନପାଳ ସିଦ୍ଧାର୍ଥ ଅନୁରାଗ ପରିଡ଼ା, ଏନ୍ଟିପିସି ଜନସମ୍ପର୍କ ଅଧିକାରୀ ବିଷ୍ଣୁ ଚନ୍ଦ୍ର ସାହୁଙ୍କ ସମେତ ବହୁ ଅଧ୍ୟାପକ, ଅଧ୍ୟାପିକା, ସାମ୍ବାଦିକ, ସମାଜସେବୀ ଓ ଛାତ୍ରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଅଶୋକ, ପାତାଳ ଗରୁଡ଼, ଲିମ୍ବ, ବଉଳ ଓ ପିଜୁଳି ସମେତ ୩୦ରୁ ଅଧିକ ଚାରା ରୋପଣ କରାଯାଇଥିଲା।
