ବୋଲଗଡ଼ ବାଙ୍କୋଇରେ ଅବକାରୀ ବିଭାଗର ବଡ଼ ଚଢ଼ାଉ ୨୨୦ ଲିଟର ବିଦେଶୀ ମଦ, ୧୨୫୦ ଲିଟର ଦେଶୀ ମଦ ଜବତ, ୨ ଗିରଫ
Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାAugust 8, 202675 views

ଖୋର୍ଦ୍ଧା-ଖୋର୍ଦ୍ଧା ଅବକାରୀ ମୋବାଇଲ୍ ଟିମ୍ ପକ୍ଷରୁ ବୋଲଗଡ଼ ଥାନା ଅନ୍ତର୍ଗତ ବାଙ୍କୋଇ ଅଞ୍ଚଳରେ ବଡ଼ଧରଣର ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ଅବକାରୀ ବିଭାଗ ପକ୍ଷରୁ ୨୨୦ ଲିଟର ବିଦେଶୀ ମଦ ସହ ୧୨୫୦ ଲିଟର ଦେଶୀ ମଦ ଜବତ କରାଯାଇଛି।
ଏହି ଘଟଣାରେ ଦୁଇ ଜଣଙ୍କୁ ଅବକାରୀ ଟିମ୍ ଗିରଫ କରିଛି। ତେବେ ଏତେ ପରିମାଣର ବିଦେଶୀ ମଦ ବାଙ୍କୋଇ ଅଞ୍ଚଳକୁ ଆସିଲା କେଉଁଠୁ? ଏହା ପଛରେ କୌଣସି ବଡ଼ ଚୋରା ମଦ କାରବାରୀ ରାକେଟ୍ ରହିଛି କି? ତାକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ।
ଅନ୍ୟପଟେ ଜବତ ହୋଇଥିବା ବିଦେଶୀ ମଦ ଅସଲି ନା ନକଲି, ତାକୁ ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି। ଜବତ ମଦର ନମୁନା କେମିକାଲ୍ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ କେମିକାଲ୍ ରିପୋର୍ଟ ଆସିବା ପରେ ମଦର ପ୍ରକୃତ ମାନ ଓ ଗୁଣବତ୍ତା ସ୍ପଷ୍ଟ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।ତେବେ ଏତେ ପରିମାଣର ବିଦେଶୀ ମଦର ଉତ୍ସ କଣ ଏବଂ ଏହା ପଛରେ ଆଉ କେଉଁମାନେ ରହିଛନ୍ତି, ସେନେଇ ଅବକାରୀ ବିଭାଗର ତଦନ୍ତ ଜାରି ରହିଛି।
