ନନ୍ଦାହାଣ୍ଡି ବ୍ଲକର ବିଭିନ୍ନ ସରକାରୀ ଅନୁଷ୍ଠାନକୁ ଜିଲ୍ଲାପାଳଙ୍କ ଅଚାନକ ଦରିଦର୍ଶନ ଚିକିତ୍ସାଳୟ ପରିସରର ଅବ୍ୟବସ୍ଥା ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ।
Nabarangpur (ନବରଙ୍ଗପୁର)ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁରAugust 7, 202618 views

ସରକାରୀ ଅନୁଷ୍ଠାନରେ ଲୋକଙ୍କୁ ମିଳୁଥିବା ସେବାର ମାନ, ପରିମଳ ବ୍ୟବସ୍ଥା ଓ ଭିରିଭୂମିର ବାସ୍ତବ ସ୍ଥିତି ଜାଣିବା ପାଇଁ ନବରଙ୍ଗପୁର ଜିଲ୍ଲାପାଳ ଡ. ମହେଶ୍ଵର ସ୍ଵାଇଁ ଆଜି ନନ୍ଦାହାଣ୍ଡି ବ୍ଲକର ବିଭିନ୍ନ ସରକାରୀ ଅନୁଷ୍ଠାନରେ ଅଚାନକ ପରିଦର୍ଶନ କରିଛନ୍ତି । ତାଙ୍କ ଏହି ଅଚାନକ ଗସ୍ତରେ ସ୍ଵାସ୍ଥ୍ୟକେନ୍ଦ୍ରଠାରୁ ଆରମ୍ଭ କରି ବିଦ୍ୟାଳୟ ଓ ଛାତ୍ରାବାସ ପର୍ଯ୍ୟନ୍ତ ବିଭିନ୍ନ ବ୍ୟବସ୍ଥାର ଯାଞ୍ଚ କରାଯାଇଥିଲା।
ପ୍ରଥମେ ଜିଲ୍ଲାପାଳ ନନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଓପିଡି, କାଜୁଆଲିଟି, ଏକ୍ସ-ରେ କକ୍ଷ ସମେତ ବିଭିନ୍ନ ବିଭାଗ ବୁଲି ଦେଖୁଥିଲେ। ରୋଗୀ, ଡାକ୍ତର ଓ କର୍ମଚାରୀଙ୍କ ସହ ସିଧାସଳଖ ଆଲୋଚନା କରି ସ୍ଵାସ୍ଥ୍ୟସେବାର ମାନ, ଔଷଧ ଉପଲବ୍ଧତା ଓ ହସ୍ପିଟାଲ ପରିଚାଳନା ସମ୍ପର୍କରେ ତଥ୍ୟ ନେଇଥିଲେ।
ଏହି ସମୟରେ ଉପସ୍ଥାନ ରେଜିଷ୍ଟର, ଡ୍ୟୁଟି ରେଜିଷ୍ଟର ଓ ବିଭିନ୍ନ ଅଭିଲେଖ ଯାଞ୍ଚ
କରିଥିଲେ। କେତେକ ସଫେଇ କର୍ମଚାରୀ ଅନୁପସ୍ଥିତ ଥିବା ସହ ହସ୍ପିଟାଲ ପରିସର ଓ ଶୌଚାଳୟର ପରିମଳ ବ୍ୟବସ୍ଥାରେ ଅବ୍ୟବସ୍ଥା ଦେଖ୍ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିଥିଲେ। ତୁରନ୍ତ ଦୁର୍ଗନ୍ଧ ଯୁକ୍ତ ପରିବେଶକୁ ଦେଖୁ ସଫେଇ ସହ ନିର୍ମଳ, ସ୍ଵଚ୍ଛତା ବ୍ୟବସ୍ଥା ସୁଧାରିବା, ଶୌଚାଳୟରେ ନିୟମିତ ଜଳ ଯୋଗାଣ ସୁନିଶ୍ଚିତ କରିବା
ଏବଂ ସମସ୍ତ ଅଭିଲେଖ ନିୟମାନୁସାରେ ସଂରକ୍ଷଣ କରିବାକୁ ସେ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କୁ କଡ଼ା ନିର୍ଦେଶ ଦେଇଥିଲେ । ଡାକ୍ତର ଅଭାବରେ ଡାକ୍ତର ଓ ଡାକ୍ତରଙ୍କ ଅବହେଳାର ଏଇ ସବୁ ହେଉଥିବା ଦୃଷ୍ଟିକୁ ଆସିଥିଲା । ଏହାକୁ ତୁରନ୍ତ କାର୍ଯ୍ୟକ୍ରମ କରିବାକୁ ଜିଲ୍ଲାପାଳ ଡ, ସ୍ଵାଇଁ ନିର୍ଦେଶ ଦେଇଥିଲେ ।
ସେହିପରି ଜିଲ୍ଲାପାଳ ନିସ୍ନାହାଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନ କରି + ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ସ୍ଵାଗତ ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ଅବସରରେ ସେ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ସହ ମତବିନିମୟ କରି ତାଙ୍କ ଶିକ୍ଷା, ଭବିଷ୍ୟତ ଲକ୍ଷ୍ୟ ଓ ସମସ୍ୟା ସମ୍ପର୍କରେ ଜାଣିଥିଲେ ।
ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଲକ୍ଷ୍ୟ ରଖ୍ ନିଷ୍ଠା, ଶୃଙ୍ଖଳା ଓ କଠିନ ପରିଶ୍ରମ ସହ ଆଗକୁ ବଢ଼ିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏଥିସହ ହଷ୍ଟେଲର ଖାଦ୍ୟ, ରହଣି, ପରିମଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ନେଇ ଛାତ୍ରଛାତ୍ରୀଙ୍କଠାରୁ ସିଧାସଳଖ ମତାମତ ଗ୍ରହଣ କରିଥିଲେ । ଅପରପକ୍ଷରେ ବାଳିକା ହଷ୍ଟେଲର ଗେଟ୍ ମରାମତି ପାଇଁ ତୁରନ୍ତ ନିର୍ଦେଶ ଦେଇଥିଲେ । ପରେ ଜିଲ୍ଲାପାଳ ନିସ୍ନାହାଣ୍ଡି ଏସ୍.ଏସ୍.ଡି. ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ହଷ୍ଟେଲ, ରୋଷେଇ ଘର ଓ ବିଦ୍ୟାଳୟର ବିଭିନ୍ନ ଭିରିଭୂମି ଯାଞ୍ଚ କରିଥିଲେ।
