--:--:--
-- ---
Srishti News

ପୁଣି ଏକ ଛୁଆ ଦନ୍ତା ହାତୀର ମୃତ୍ୟୁ; କାରଣ ଅସ୍ପଷ୍ଟ, ବନ ବିଭାଗର ତଦନ୍ତ ଜାରି

Kalahandi (କଳାହାଣ୍ଡି)ରିପୋର୍ଟର: ରିତେଶ କୁମାର ମୁଣ୍ଡAugust 7, 202611 views
ପୁଣି ଏକ ଛୁଆ ଦନ୍ତା ହାତୀର ମୃତ୍ୟୁ; କାରଣ ଅସ୍ପଷ୍ଟ, ବନ ବିଭାଗର ତଦନ୍ତ ଜାରି
ଭବାନୀପାଟଣା, କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ନର୍ଲା ରେଞ୍ଜରେ ପୁଣି ଏକ ଛୁଆ ଦନ୍ତା ହାତୀର ମୃତ୍ୟୁ ଘଟଣା ବନ ବିଭାଗକୁ ଚିନ୍ତାରେ ପକାଇଛି। କର୍ମେ ବିଟ୍ ଅନ୍ତର୍ଗତ ଜାମପଡ଼ା ଓ ଖଇରମାଲ ମଧ୍ୟବର୍ତ୍ତୀ ଜଙ୍ଗଲରୁ ଏକ ଛୁଆ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଥିବାବେଳେ ମୃତ୍ୟୁର ପ୍ରକୃତ କାରଣ ଏଯାବତ୍ ସ୍ପଷ୍ଟ ହୋଇନାହିଁ। ସୂଚନା ଅନୁଯାୟୀ, ଜଙ୍ଗଲରେ ହାତୀର ମୃତଦେହ ପଡ଼ିଥିବା ଖବର ପାଇ ବନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତ ହାତୀର ପ୍ରାଥମିକ ଯାଞ୍ଚ କରାଯିବା ସହ ମୃତ୍ୟୁର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରାଯାଇଛି। ଆବଶ୍ୟକ ପରୀକ୍ଷା ଓ ବ୍ୟବଚ୍ଛେଦ ରିପୋର୍ଟ ପରେ ହାତୀର ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ମେ’ ୨୪ ତାରିଖରେ ମଧ୍ୟ ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅନ୍ତର୍ଗତ କମର୍ଧା ବିଟ୍‌ରେ ଏକ ବୟସ୍କ ଦନ୍ତା ହାତୀର ମୃତଦେହ ମିଳିଥିଲା। ସେତେବେଳେ ଦୁଇ ହାତୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ଉକ୍ତ ହାତୀର ମୃତ୍ୟୁ ଘଟିଥିବା ବନ ବିଭାଗ ସୂଚନା ଦେଇଥିଲା। ଏବେ ସମାନ ରେଞ୍ଜରେ ପୁଣି ଏକ ଛୁଆ ଦନ୍ତା ହାତୀର ମୃତ୍ୟୁ ଘଟଣା ବନ୍ୟଜନ୍ତୁ ସୁରକ୍ଷା ବ୍ୟବସ୍ଥା ଓ ହାତୀଙ୍କ ସୁରକ୍ଷିତ ବିଚରଣକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତଦନ୍ତ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।