--:--:--
-- ---
Srishti News

ଅଧପାନ୍ତରୀୟ ଡ୍ରେନ ନିର୍ମାଣ-ସରିବ କେବେ

Ganjam (ଗଞ୍ଜାମ)ରିପୋର୍ଟ: ଦୁର୍ଗା ମାଧବ ମହାରଣାAugust 7, 202624 views
ଅଧପାନ୍ତରୀୟ ଡ୍ରେନ ନିର୍ମାଣ-ସରିବ କେବେ
ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ଚାନ୍ଦପୁର ମୁଖ୍ୟ ବଜାର ଏକ ବ୍ୟବସାୟୀ ପେଣ୍ଠସ୍ଥଳୀ l ଉକ୍ତ ବଜାରରେ ବ୍ରହ୍ମପୁର ଠାରୁ ଭାୟା ଚାନ୍ଦପୁର ଦେଇ ତୁରୁବୁଡି, ନୂଆପଡା ଠାରୁ ଭାୟା ଚାନ୍ଦପୁର ଦେଇ ଦିଗପହଣ୍ଡି, ଚିକିଟି ସରକାରୀ ବେସରକାରୀ ଯାନବାହାନ ଚଳାଚଳ କରୁଛି l ସବୁବେଳେ ଟ୍ରାଫିକ ସମସ୍ୟା ସହିତ ଦୁର୍ଘଟଣା ଘଟୁଥିଲା l ଏଥିପାଇଁ ରାସ୍ତା ପ୍ରଶସ୍ତିକରଣ ସହ ଗମନାଗମନ ସୁବିଧା ପାଇଁ ମୁଖ୍ୟ ରାସ୍ତାକଡ଼ରୁ ଜବରଦଖଲ କାରିଙ୍କୁ ଜିଲ୍ଲାପାଳ ନିର୍ଦେଶରେ ଗତ 6 ଅଗଷ୍ଟ 2025 ତାରିଖରେ ମୁଖ୍ୟ ବଜାରର ଉଭୟ ପାର୍ଶ୍ୱରେ ବେଆଇନ ଭାବେ ଗଢି ଉଠିଥିବା ଦୋକାନ ଓ ବାସଗୃହକୁ ଜବରଦଖଲ ଉଛେଦ କରାଯାଇଥିଲା l ଏବଂ ବଜାର ମଝିରେ ଥିବା ବିଦ୍ୟୁତ ପୋଲ, ଟ୍ରାନ୍ସଫରମର ଏବଂ ବଡ ବଡ଼ ଗଛ ଗୁଡିକୁ ହଟାଯାଇ ରାସ୍ତାର ଉଭୟ ପାର୍ଶ୍ଵରେ ଡ୍ରେନ ନିର୍ମାଣ ପାଇଁ ନିଷ୍ପତି ନିଆଯାଇଥିଲା l କିନ୍ତୁ ଏକ ବର୍ଷ ବିତିଯାଇଥିଲେ ସୁଦ୍ଧା ବଜାରର ମଝିରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର, ପୋଲ ବଡ ବଡ଼ ଗଛ ଗୁଡିକୁ ହଟାନଯାଇ ରାସ୍ତାର ଗୋଟେ ପାର୍ଶ୍ୱରେ ଡ୍ରେନ ଖୋଳାଯାଇ ଅଧପନ୍ତରୀୟ ରହିଛି l ଏବଂ ଯାହା ଫଳରେ ବ୍ୟବସାୟୀ ମାନେ ହଇରାଣ ହରକତ ହେଉଛନ୍ତି l ଦୀର୍ଘ ଏକମାସ ହେଲା ଅପରାହ୍ନରେ ବର୍ଷା ହେବା ଫଳରେ ସେଠାରେ ପାଣି ଜମି ଦୁର୍ଗନ୍ଧମୟ ଏବଂ ଅସ୍ୱାସ୍ଥ୍ୟକାର ପରିବେଶ ସୃଷ୍ଟି ହେଉଛି l ଏନେଇ ବ୍ୟବସାୟୀ ସଙ୍ଘ ପକ୍ଷରୁ ବାରମ୍ବାର ପୂର୍ତ୍ତ ବିଭାଗ କତୃପକ୍ଷ ଏବଂ ଠିକାଦାରଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉନାହିଁ l ଏନେଇ ବ୍ୟବସାୟୀଙ୍କ ମଧ୍ୟରେ ଚାପ ଉତ୍ତେଜନା ଲାଗିରହିଛି l ଯଦି ଏକ ସପ୍ତାହ ମଧ୍ୟରେ ରାସ୍ତା ବଜାର ମଧ୍ୟରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର, ପୋଲ ଏବଂ ଗଛ ହଟାଯିବା ସହିତ ଅଧପନ୍ତରୀୟ ଅବସ୍ଥାରେ ରହିଥିବା ଡ୍ରେନକୁ ତୁରନ୍ତ ଶେଷ କରାନଗଲେ ବାଧ୍ୟ୍ୟ ହୋଇ ରାଜରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରାଯିବ ବୋଲି ବ୍ୟବସାୟଙ୍କ ପକ୍ଷରୁ ଚେତାବନୀ ଦେଇଛନ୍ତି l ଏସମ୍ପର୍କରେ ପୂର୍ତ୍ତ ବିଭାଗର କନିଷ୍ଠଯନ୍ତ୍ରୀଙ୍କ ସହ ଯୋଗାଯୋଗ ବେଳେ ବଜାରର ପ୍ରାୟ 300 ରାସ୍ତାର ଉଭୟ ପାର୍ଶ୍ଵରେ ଡ୍ରେନ ନିର୍ମାଣ କରାଯାଇ ପିଚୁ ପକାଇବା ପାଇଁ 62 ଲକ୍ଷ ଟଙ୍କା ମଂଜୁର ହୋଇଛି l ଡ୍ରେନ ନିର୍ମାଣ ଚାଲିଥିବା ସମୟରେ ବ୍ୟବସାୟୀ ମାନେ ରାସ୍ତା ମଝିରେ ଥିବା ପୋଲ, ଟ୍ରାନ୍ସଫର୍ମେର ଏବଂ ବଡବଡ଼ ଗଛ ଏଗୁଡିକୁ ହଟା ନଯିବା ଯାଏଁ ଡ୍ରେନ ନିର୍ମାଣ କାମ କରିବାକୁ ମନା କରିଛନ୍ତି l ଯାହା ଫଳରେ ଡ୍ରେନ ନିର୍ମାଣ ଅଧପନ୍ତରୀୟ ରହିଛି l ଏନେଇ ପୃଥକପୃଥକ ଭାବେ ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଯାଇଅଛି l ସେମାନଙ୍କ ଠାରୁ ଅନୁମତି ଆସିଲେ ସେଗୁଡିକୁ ହଟାଯାଇ କାମ ଆରମ୍ଭ ହେବ ବୋଲି କହିଛନ୍ତି l