--:--:--
-- ---
Srishti News

ଅନୁଗୋଳ ବନଖଣ୍ଡର ବଡ଼ ସଫଳତା: ୧୨ ଶାଗୁଆନ କାଠଗଣ୍ଡି ଜବତ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 7, 202678 views
ଅନୁଗୋଳ ବନଖଣ୍ଡର ବଡ଼ ସଫଳତା: ୧୨ ଶାଗୁଆନ କାଠଗଣ୍ଡି ଜବତ
ଅନୁଗୋଳ: ବେଆଇନ କାଠ କାରବାର ବିରୋଧରେ ଅନୁଗୋଳ ବନଖଣ୍ଡର ଚଢ଼ାଉରେ ବଡ଼ ସଫଳତା ମିଳିଛି। ଅନୁଗୋଳ ରେଞ୍ଜ ଅଧୀନ ପୁରୁଣାଗଡ଼ ସେକ୍ସନର ବଡ଼ଦାଣ୍ଡସାହି ଗ୍ରାମରେ ଚଢ଼ାଉ କରି ବନ ବିଭାଗ ୧୭ ଘନମିଟର ପରିମାଣର ୧୨ଟି ଶାଗୁଆନ କାଠଗଣ୍ଡି ଜବତ କରିଛି। ଜବତ କାଠକୁ ଆଇନଗତ ତଦନ୍ତ ପାଇଁ ପୁରୁଣାଗଡ଼ ସେକ୍ସନ କାର୍ଯ୍ୟାଳୟକୁ ନିଆଯାଇଛି। ଏହି ଅଭିଯାନରେ ବନ ବିଭାଗର ଫରେଷ୍ଟର, ଫରେଷ୍ଟ ଗାର୍ଡ, ଏଲିଫାଣ୍ଟ ସ୍କ୍ୱାଡ୍ ଓ ଗଜମିତ୍ର ସଦସ୍ୟମାନେ ସକ୍ରିୟ ଭାବେ ସାମିଲ ହୋଇଥିଲେ। ବନ ସମ୍ପଦର ସୁରକ୍ଷା ଏବଂ ବେଆଇନ କାଠ କାରବାର ରୋକିବା ପାଇଁ ଆଗାମୀ ଦିନରେ ମଧ୍ୟ ଏଭଳି ଅଭିଯାନ ଜାରି ରହିବ ବୋଲି ଅନୁଗୋଳ ବନଖଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି।