--:--:--
-- ---
Srishti News

ବଅଁରପାଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ-ବିଜ୍ଞାନ ମେଳା

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 7, 2026150 views
ବଅଁରପାଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ-ବିଜ୍ଞାନ ମେଳା
ବଅଁରପାଳ: ବଅଁରପାଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଜ୍ଞାନ-ବିଜ୍ଞାନ ମେଳା ଉତ୍ସାହର ସହ ଅନୁଷ୍ଠିତ ହୋଇଛି। ପୂର୍ବତନ ପ୍ରଧାନ ଶିକ୍ଷକ ବିଜୟ କୁମାର ଧୀର ପ୍ରଦୀପ ପ୍ରଜ୍ୱଳନ କରି ମେଳାର ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ସଭାପତି ସତ୍ୟବାନ ବରାହ, ସମ୍ପାଦକ ଅଖିଳ କୁମାର ମହାପାତ୍ର, ପ୍ରଧାନ ଆଚାର୍ଯ୍ୟ ଧର୍ମାନନ୍ଦ ସାହୁ, ବରିଷ୍ଠ ସାମ୍ବାଦିକ ସଞ୍ଜୟ କୁମାର ବିଶୋଇ ଓ ପରିଚାଳନା କମିଟିର ସଦସ୍ୟା ଶ୍ରୀମତୀ ନାୟକ ଉପସ୍ଥିତ ଥିଲେ। ମେଳାରେ ଛାତ୍ରଛାତ୍ରୀମାନେ ପରିବେଶ ସୁରକ୍ଷା, ଜଳ ସଂରକ୍ଷଣ, ନବୀକରଣଯୋଗ୍ୟ ଶକ୍ତି, ସ୍ମାର୍ଟ କୃଷି, ଡିଜିଟାଲ ପ୍ରଯୁକ୍ତି ଓ ରୋବୋଟିକ୍ସ ଆଦି ବିଷୟରେ ବିଭିନ୍ନ ବିଜ୍ଞାନଭିତ୍ତିକ ମଡେଲ୍ ପ୍ରଦର୍ଶନ କରି ନିଜ ପ୍ରତିଭାର ପରିଚୟ ଦେଇଥିଲେ। ଅଭିଭାବକ ଓ ଦର୍ଶକମାନେ ପ୍ରଦର୍ଶନୀକୁ ପ୍ରଶଂସା କରିଥିବା ବେଳେ ଉତ୍କୃଷ୍ଟ ପ୍ରକଳ୍ପ ପାଇଁ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀମାନେ ସୁଚାରୁ ଭାବେ ପରିଚାଳନା କରିଥିଲେ।