--:--:--
-- ---
Srishti News

ଜୁନାଗଡ ରୋଡ ଉନ୍ନତି କରଣ ଓ ଟ୍ରାଫିକ ସମସ୍ୟା ଦୂର ହେବ କେବେ ?

Kalahandi (କଳାହାଣ୍ଡି)ଦେବରାଜ ବଣୁଆAugust 7, 2026129 views
ଜୁନାଗଡ ରୋଡ ଉନ୍ନତି କରଣ ଓ ଟ୍ରାଫିକ ସମସ୍ୟା ଦୂର ହେବ କେବେ ?
କଳାହାଣ୍ଡି -ଜୁନାଗଡ଼ ସହର କୁ ସଂଯୋଗ କରୁଥିବା କୁରୁଗୁଡ଼ା ରାସ୍ତା ଉନ୍ନତି କାରଣ ଓ ଟ୍ରାଫିକ ସମସ୍ୟା ଦୂର ପାଇଁ ସାଧାରଣରେ ବହୁବାର ଦାବି ହେଉଛି କିନ୍ତୁ ପ୍ରଶାସନ କେବଳ ପ୍ରତାରଣା କରୁଥିବା ଚର୍ଚ୍ଚା ହେଉଛି। ଏହି ରାସ୍ତା ରେ ଆଦର୍ଶ ବିଦ୍ୟାଳୟ, ପ୍ରିୟଦର୍ଶନୀ ଇନ୍ଦିରା ମହାବିଦ୍ୟାଳୟ, ଇ ଲ୍ ମିଶନ ବିଦ୍ୟାଳୟ, ସରକାରୀ ବାଳିକା ବିଦ୍ୟାଳୟ, ଶିଳ୍ପ ତାଲିମ କେନ୍ଦ୍ର ସହିତ ରେଲୱେ ଷ୍ଟେସନ,ତହସିଲ ,କୃଷି କାର୍ଯ୍ୟାଳୟ, ରାଜ୍ୟ ପଣ୍ୟାଗାର, କେନ୍ଦ୍ରୀୟ ପଣ୍ୟାଗାର ନିଗମ ଥିବାରୁ ଶହ ଶହ ସଂଖ୍ୟାରେ ଛାତ୍ର ଛାତ୍ରୀ ତଥା ଅଫିସ କାର୍ଯ ପାଇଁ ରାସ୍ତା ଗହଳି ରହୁଅଛି। ଏଵଂ ଟ୍ରାଫିକ ସମସ୍ୟା କୁ ଅଧିକା ମାତ୍ରାରେ ଦୁଇଟି ଗୋଦାମ ର ଶହ ଶହ ଭାରିଯାନ ରାସ୍ତାକୁ ଅବରୋଧ କରୁଥିବା ଦେଖିବାକୁ ମିଳୁଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ ଟ୍ରକ୍ ଡ୍ରାଇଭର ଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ରାସ୍ତାରେ ଦୁର୍ଘଟଣା ଓ ତିକ୍ତତା ବଢ଼ିବାରେ ଲାଗିଛି। ସମାଜ ସେବୀ ଦେବରାଜ ବାଣୁଆ ଏହି ରାସ୍ତା ର ଉନ୍ନତି କରଣ ଓ ଟ୍ରାଫିକ ସମସ୍ୟା ର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ସୂଚନା ପ୍ରଦାନ କରିଛନ୍ତି। ସରକାର ରାସ୍ତା ଖୁବ୍ ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି ଲିଖିତ ସୂଚନା ମଧ୍ୟ ହସ୍ତଗତ ହୋଇଛି ତ ସହିତ ଜୁନାଗଡ ପୋଲିସ ଅଧିକାରୀ ଉପସ୍ଥିତିରେ ଟ୍ରକ୍ ଡ୍ରାଇଭର ସଂଘ,ପଣ୍ୟାଗାର ଅଧିକାରୀ, ମିଲ ମାଲିକ ସଂଘ ଙ୍କ ସହିତ ଆଲୋଚନ ହୋଇଥିଲା କିନ୍ତୁ ବିଡ଼ମ୍ବନା ପୂର୍ବରୁ ଜେଉଁଭଳି ଭାବରେ ଟ୍ରକ୍ ଡ୍ରାଇଭର ମାନେ ଟ୍ରକ୍ କୁ ରାସ୍ତା ଉପରେ ରଖୁଛନ୍ତି ଏବେ ମଧ୍ୟ ରଖୁଥିବା ଦେଖିବାକୁ ମିଳୁଛି। ରାସ୍ତା ନିର୍ମାଣ ଶିଘ୍ର ଆରମ୍ଭ ସହିତ ଟ୍ରାଫିକ ସମସ୍ୟା କୁ ଦୂର କରିବାକୁ ସାଧାରଣରେ ଦାବି ହେଉଛି