--:--:--
-- ---
Srishti News

ଭଦ୍ରକ ଜିଲ୍ଲା ଦଳିତ ମହାସଂଘ, ଘର ଘର ବୁଲି ବଣ୍ଟନ କଲେ ରିଲିଫ ସାମଗ୍ରୀ

Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁAugust 7, 202633 views
ଭଦ୍ରକ ଜିଲ୍ଲା ଦଳିତ ମହାସଂଘ, ଘର ଘର ବୁଲି ବଣ୍ଟନ କଲେ ରିଲିଫ ସାମଗ୍ରୀ
ଭଦ୍ରକ: ବନ୍ୟା ବିପନ୍ନ ଲୋକଙ୍କ ଦୁଃଖ ଓ ଦୁର୍ଦ୍ଦଶାରେ ସହାୟତାର ହାତ ବଢ଼ାଇଛି ଭଦ୍ରକ ଜିଲ୍ଲା ଦଳିତ ମହାସଂଘ। ଧାମନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଫତେପୁର ପଞ୍ଚାୟତର ବନ୍ୟା ପ୍ରଭାବିତ ଅଞ୍ଚଳରେ ସଂଘର ସଦସ୍ୟମାନେ ପହଞ୍ଚି ବନ୍ୟା ବିପନ୍ନ ପରିବାରଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରିଥିଲେ। ବନ୍ୟା ପାଣିରେ ଘେରି ରହିଥିବା ବିଭିନ୍ନ ଗ୍ରାମରେ ସଂଘର ସଦସ୍ୟମାନେ ଘର ଘର ବୁଲି ଲୋକଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ଦୈନନ୍ଦିନ ସମସ୍ୟା, ଖାଦ୍ୟ, ପାନୀୟ ଜଳ, ଔଷଧ ଓ ଅନ୍ୟାନ୍ୟ ଆବଶ୍ୟକତା ବିଷୟରେ ପଚାରି ବୁଝିବା ସହ ଯଥାସମ୍ଭବ ସହଯୋଗ କରିଥିଲେ। ବନ୍ୟା ସମୟରେ ଏଭଳି ମାନବିକ ସେବା ପାଇଁ ସ୍ଥାନୀୟ ଲୋକେ ସଂଘର ପ୍ରୟାସକୁ ପ୍ରଶଂସା କରିଛନ୍ତି। ଭଦ୍ରକ ଜିଲ୍ଲାରେ ଅନେକ ସାମାଜିକ ସଂଗଠନ କାର୍ଯ୍ୟ କରୁଥିଲେ ମଧ୍ୟ, ବିପଦ ସମୟରେ ସିଧାସଳଖ ଲୋକଙ୍କ ଘରେ ପହଞ୍ଚି ସେମାନଙ୍କ ସୁଖଦୁଃଖ ବୁଝିବା ଏବଂ ଆବଶ୍ୟକ ସହାୟତା ଯୋଗାଇବାରେ ଭଦ୍ରକ ଜିଲ୍ଲା ଦଳିତ ମହାସଂଘର ଏହି ପଦକ୍ଷେପ ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଛି। ସଂଘ ପକ୍ଷରୁ ଆଗାମୀ ଦିନରେ ମଧ୍ୟ ବନ୍ୟା ବିପନ୍ନ ପରିବାରଙ୍କୁ ସମ୍ଭବ ସହାୟତା ଯୋଗାଇବା ସହ ସେମାନଙ୍କ ପାଖରେ ସବୁବେଳେ ଛିଡ଼ା ହୋଇ ରହିବାକୁ ପ୍ରତିଶ୍ରୁତି ଦିଆଯାଇଛି।