ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ବସ୍–କାର ଦୂର୍ଘଟଣା
Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁAugust 6, 202668 views

ଭଦ୍ରକ: ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଗୁରୁବାର ଏକ ବସ୍ ଓ କାର ମଧ୍ୟରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ କିଛି ସମୟ ପାଇଁ ସ୍ଥାନୀୟ ଅଞ୍ଚଳରେ ଭିଡ଼ ଜମିଥିଲା ଏବଂ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଥିଲା।
ସୂଚନା ପାଇବା ମାତ୍ରେ ଭଦ୍ରକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ପୋଲିସ ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛି।
ସବୁଠାରୁ ଆଶ୍ୱସ୍ତିର ବିଷୟ ହେଲା, ଏହି ଦୁର୍ଘଟଣାରେ ବସ୍ ଓ କାରରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। କାହାରି ଗୁରୁତର ଆହତ ହୋଇଥିବା ସୂଚନା ମିଳିନାହିଁ। ଘଟଣା ପରେ ପୋଲିସ ପକ୍ଷରୁ ଯାତାୟାତ ସ୍ୱାଭାବିକ କରିବା ସହ ଦୁର୍ଘଟଣାର ସଠିକ୍ କାରଣ ଜାଣିବାକୁ ତଦନ୍ତ ଜାରି ରହିଛି।
