ବେଗୁନିଆ ବ୍ଲକର ବନ୍ୟା ପ୍ରଭାବିତ ପୋଡାଡ଼ିହ ଗ୍ରାମପଞ୍ଚାୟତରେ ପ୍ରଶାସନ ପକ୍ଷରୁ ଗୋଖାଦ୍ୟ ବଣ୍ଟନ
Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାAugust 6, 2026101 views

ଖୋର୍ଦ୍ଧା: ବେଗୁନିଆ ବ୍ଲକର ବନ୍ୟା ପ୍ରଭାବିତ ପୋଡାଡ଼ିହ ଗ୍ରାମପଞ୍ଚାୟତରେ ପଶୁପାଳକମାନଙ୍କୁ ସହାୟତା ଯୋଗାଇବା ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ଗୋଖାଦ୍ୟ ବଣ୍ଟନ କରାଯାଇଛି। ବନ୍ୟା ପରେ ଗୋପାଳନ ପାଇଁ ଆବଶ୍ୟକ ଚାରା ଓ ଖାଦ୍ୟର ଅଭାବ ଦେଖାଦେଇଥିବାରୁ ଏହି ସହାୟତା ପଶୁପାଳକଙ୍କ ପାଇଁ ବେଶ୍ ଉପକାରୀ ହୋଇଛି।ପ୍ରଶାସନିକ ଅଧିକାରୀମାନଙ୍କ ଉପସ୍ଥିତିରେ ପ୍ରଭାବିତ ପରିବାରଗୁଡ଼ିକୁ ଗୋଖାଦ୍ୟ ବଣ୍ଟନ କରାଯାଇଥିଲା। ସ୍ଥାନୀୟ ଲୋକେ ଏହି ପଦକ୍ଷେପକୁ ସ୍ୱାଗତ କରିବା ସହ ବନ୍ୟା ପରବର୍ତ୍ତୀ ସମୟରେ ସରକାରଙ୍କ ଏଭଳି ସହାୟତା ପଶୁସମ୍ପଦ ସୁରକ୍ଷାରେ ସହାୟକ ହେବ ବୋଲି ମତ ପ୍ରକାଶ କରିଛନ୍ତି।
ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ଆବଶ୍ୟକ ସହାୟତା ଓ ରିଲିଫ କାର୍ଯ୍ୟ ଜାରି ରହିଥିବା ସୂଚନା ମିଳିଛି।
